ଠିକାଦାର ସଂଘର ମାଓ ସଙ୍ଗଠନକୁ ସହଯୋଗ ପ୍ରାର୍ଥନା!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ରହୁଥିବା ଆଦିବାସୀ ମାନେ ବି ଭାରତର ନାଗରିକ । ସେମାନଙ୍କ ମଧ୍ୟ ଅନ୍ୟମାନଙ୍କ ଭଳି ସମସ୍ତ ଅଧିକାର ପାଇଁ ହକ ରହିଛି । କିନ୍ତୁ ପ୍ରାଥମିକ ଆବଶ୍ୟକତା ରାସ୍ତା ନ ଥିବା କାରଣରୁ ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏମାନଙ୍କ ସ୍ବପ୍ନକୁ ସାକାର କରିବାକୁ ଆଭ୍ୟନ୍ତରୀଣ ଇଲାକାରେ ଠିକାଦାର ମାନେ ନିଷ୍ଠାପର ଭାବରେ ରାସ୍ତା ସଂଯୋଗିକରଣ ପାଇଁ କାମ କରୁଛନ୍ତି । କିନ୍ତୁ ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ମାନେ ବିଭିନ୍ନ ସମୟରେ ହଇରାଣ ହରକତ କରୁଛନ୍ତି । ଏଭଳି ନ କରି ସହଯୋଗ କରନ୍ତୁ ବୋଲି କଳାହାଣ୍ଡି ଠିକାଦାର ସଂଘ ପକ୍ଷରୁ ମ.ରାମପୁର ବ୍ଲକ ମାଣିକେରା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଥାଉ କି ମ.ରାମପୁର ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ ନୂଆ ମୁଣ୍ଡାରେ ମଧ୍ୟ ମାଓ ସଙ୍ଗଠନ ତରଫରୁ ଠିକା କ୍ୟାମ୍ପରେ ଲଙ୍କା କାଣ୍ଡ ଭିଆଇଥିଲେ । ତେବେ ଠିକା ସଂଘର ଏଇ ପ୍ରାର୍ଥନା ପତ୍ର ମାଓ ସଙ୍ଗଠନ ଉପରେ କିଭଳି ପ୍ରଭାବ ପକେଇବ ତାହା କେବଳ ଦେଖିବାକୁ ବାକି ରହିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.