ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟି କେସିଙ୍ଗା ନଗରର ‘ନଗର କମିଟି’ ଗଠନ ହୋଇଯାଇଛି। ଏଥିରେ ସଭାପତି ଭାବେ ମଗନ୍ ସିନ୍ଦୂର, ଉପ ସଭାପତି ଭାବେ ସତ୍ୟବ୍ରତ ଦାସ, ସାଧାରଣ ସମ୍ପାଦକ ଭାବରେ ପ୍ରିତେଶ ପଟେଲ ଓ ଧରଣୀ ନାଏକ, ସମ୍ପାଦକ ରୁପେ ସୁନିଲ କୁମାର ଜୈନ, ଜୟନ୍ତୀ ଗହିର, ଲକ୍ଷ୍ମୀ ହେର୍ଣ୍ଣା, କମଳାକାନ୍ତ ସାହୁ ଓ ଦ୍ବାରିକା ପ୍ରସାଦ ଗୁପ୍ତାଙ୍କୁ ଦାଇତ୍ୱ ଦିଆଯାଇଥିବାବେଳେ ଉପସଭାପତି ରୂପେ ନିର୍ମଳ ଜୈନ, ପୂର୍ଣ୍ଣ ଚନ୍ଦ୍ର ମହଲା, ବିଭୀଷଣ ସାହୁ, କ୍ରିଷ୍ଣାଗିନି ତ୍ରିପାଠୀ, ସଞ୍ଜୟ ଅଗ୍ରୱାଲ ଓ ଉଦୟ ସାହାଙ୍କୁ ଦାଇତ୍ୱ ଦିଆଯାଇଛି। ଏହାସହ ଯୁବ ମୋର୍ଚ୍ଚା ସଭାପତି ଭାବେ ପିଙ୍କୁ ପରିଡ଼ା, ମହିଳା ମୋର୍ଚ୍ଚା ସଭାପତି ଭାବରେ ଲଲିତା ମହଲା, ଅନୁସୂଚିତ ଜାତି ମୋର୍ଚ୍ଚା ରୂପେ ଚୂଡ଼ାମଣି ବାଗ, କୃଷକ ମୋର୍ଚ୍ଚାରେ ନେହେରୁ ନାଏକ, ପଛୁଆ ବର୍ଗ ମୋର୍ଚ୍ଚାରେ ପବିତ୍ର ବାଗ, ଅନୁସୂଚିତ ଜନଜାତି ମୋର୍ଚ୍ଚାରେ ଟୁନା ମାଝୀ, କୋଷାଧ୍ୟକ୍ଷ ଭାବରେ ଶ୍ରିପାଳ ଜୈନଙ୍କୁ ଦାୟିତ୍ଵ ଦିଆଯାଇଥିବା ଜଣାପଡିଛି।