ଲାଞ୍ଜିଗଡ଼ ଭୈରବ ମନ୍ଦିରରୁ ଚୋରି ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ସ୍ଥିତ ପ୍ରସିଦ୍ଧ ଭୈରବ ମନ୍ଦିରରେ ଶୁକ୍ରବାର ରାତିରେ ଚୋରି ହୋଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଆଜି ସକାଳେ ମନ୍ଦିର ପୂଜକ ହରିଶ୍ଚନ୍ଦ୍ର ମୁଣ୍ଡଛିନା ମନ୍ଦିରକୁ ଯିବାବେଳେ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସେ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କୁ ଜଣାଇଥିଲେ। କମିଟି ସଦସ୍ୟ ମନ୍ଦିରରେ ପହଞ୍ଚି ଦେଖିଲାବେଳକୁ ମନ୍ଦିରରେ ଥିବା ୨୦ଟି ଖଣ୍ଡା, ୫ଟି ଟାଙ୍ଗୀ, ଗୋଟିଏ ରୂପା ଛତ୍ର ଓ ୬ଟି ଶିକୂଳୀ ଚୋରି ହୋଇଥିବା ଏବଂ ଆଲମୀରା ଖୋଲା ପଡ଼ିଥିଲା। ଏହାକୁ ନେଇ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଲାଞ୍ଜିଗଡ଼ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.