ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କରୋନା-୧୯ ମୁକାବିଲା ପାଇଁ ନିଃସ୍ୱାର୍ଥପର ଭାବେ କର୍ତ୍ତବ୍ୟ ପାଳନ କରିଥିବା କରୋନା ଯୋଦ୍ଧାଙ୍କୁ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲିଭୋଲିଙ୍କ୍ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହିତ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ଲିଭୋଲିଙ୍କ୍ ସଂସ୍ଥାର ପରିଚାଳକ ସନ୍ତୋଷ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ୨- ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେପୁର ସରପଞ୍ଚ ଜନନୀ ମାଝୀ, ବିଜେପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳିଦାସ ବାଗ, ସିଆରସି ଜଗଦୀଶ ପୁଟା ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ଇସିସିଇଏଫ୍ ପ୍ରକାସିନୀ ନାଗ ପରିଚାଳନା କରିଥିଲେ।