ବର୍ଷା ପୂର୍ବରୁ ଡ୍ରେନ ସଫା କରାଇଲେ ମୋଟେର ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବର୍ଷା ଦିନ ଆସିବା ପୂର୍ବରୁ ମୋଟେର ପଞ୍ଚାୟତ ପକ୍ଷରୁ ମୋଟେର ଗ୍ରାମରେ ଥିବା ବିଭିନ୍ନ ଡ୍ରେନ ସଫା ଚାଲିଛି । ଯେପରି ପାଣି ଜମା ହେବନି ଏବଂ ପାଣି ଆସିଲେ କୌଣସି ଅସୁବିଧା ନ ହେବ ସେଥିପ୍ରତି ଯତ୍ନଶୀଳ ହୋଇ ପଞ୍ଚାୟତ ପକ୍ଷରୁ କାମ ଚାଲିଛି । ଆଜି ଗୋଳେଇ ଛକରୁ ବସଷ୍ଟାଣ୍ଡ ଓ ସ୍କୁଲ ପର୍ଯ୍ୟନ୍ତ କାମ ସରିବା ପରେ ବିଭିନ୍ନ ଗଳିରେ ଥିବା ଡ୍ରେନେଜ ଗୁଡିକ ସଫା ଚାଲିଛି । ମୋଟେର ସରପଞ୍ଚ ବାସନ୍ତୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟର ତଦାରଖ ହୋଇ ସ୍ୱଚ୍ଛତା ଓ ଆଗକୁ ମଶା ମାଛି ଦାଉରୁ ସାଧାରଣ ଜନତା ରକ୍ଷା ପାଇବା ପାଇଁ ସରପଞ୍ଚଙ୍କ ଆଗୁଆ ପଦକ୍ଷେପକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.