ପାଜିବାହାଲି ଜଙ୍ଗଲ ନିକଟରୁ ୬ ଲକ୍ଷ ୩୦ ହଜାର ଲୁଟ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର-ରିଷିଡା ରାସ୍ତାର ରାମୁଡ ଜଙ୍ଗଲ ପାଖରେରେ ଆଜି (୨୭/୬ ସୋମବାର) ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଛନ୍ତି। ପ୍ରାପ୍ତ ସୂଚନା ମତେ ମଦନପୁର ନିକଟ ଗୋପାଳପୁର ଗ୍ରାମର ଭୂପିନ୍ଦର ରଣା ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ୬ ଲକ୍ଷ ୩୦ ହଜାର ଟଙ୍କା ପାଖାପାଖି ଉଠାଣ କରି ଏକୁଟିଆ ନିଜ ବାଇକରେ ମଦନପୁରରେ ନିଜେ ଖୋଲିଥିବା ଗ୍ରାହକ ସେବାକେନ୍ଦ୍ରକୁ ଟଙ୍କା ନେଇ ଯାଉଥିଲେ। ପାଜିବାହାଲି ଛକ ନିକଟ ରାମୁଡ଼(ପାଜି ବାହାଲି) ଜଙ୍ଗଲ ନିକଟରେ ପୂର୍ବରୁ ମ.ରାମପୁରରୁ ପିଛା କରୁଥିବା ୩ ଜଣ ଦୁର୍ବୃତ୍ତ ନିଛାଟିଆ ସ୍ଥାନ ଦେଖି ତାଙ୍କୁ ବାଇକରେ ଧକ୍କା ଦେବା ଫଳରେ ଭୂପିନ୍ଦର ବାଇକ୍ ସହିତ ତଳେ ପଡ଼ିଯାଇଥିଲେ। ସେ ପଡ଼ିଯିବା ପରେ ତାଙ୍କ ପାଖରୁ ଟଙ୍କା ବ୍ୟାଗ ଛଡେଇ ନେଇ ପୁଣି ମ.ରାମପୁର ପଟକୁ ଏକ ସିଡି ଡିଲକ୍ସ ଗାଡ଼ିରେ ଫେରାର ମାରିଥିଲେ। ଏନେଇ ମ.ରାମପୁର ପୁଲିସକୁ ଫୋନ ଯୋଗେ ଖବର ଜଣେଇ ଥିଲେ। ଖବର ପାଇ ମ.ରାମପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ମ. ରାମପୁର ନିକଟ ପାଇକ ସଢେଲ ନିକଟରୁ ୪୯ ହଜାର ଲୁଟ୍ ହେଇଥିଲା ଏବଂ ସେଇ ଲୁଟେରା ମାନେ ମଧ୍ୟ ସିଡି ଡିଲକ୍ସ ଗାଡି ବ୍ୟବହାର କରିଥିଲେ, ସେଇ ଲୁଟ୍ ରେ ମଧ୍ୟ ତିନି ଜଣ ସାମିଲ୍ ଥିଲେ। ଏପରି ଦିନ ଦ୍ବିପହରରେ ଲୁଟ୍ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

(ଲୁଟ୍ ର ଶିକାର ହୋଇଥିବା ବ୍ୟକ୍ତି)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.