ମ.ରାମପୁର ସମବାୟ ସମିତି ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ କୀର୍ତ୍ତନ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର କୃଷି ସମବାୟ ସମିତି ସଭାପତି ଭାବରେ କୀର୍ତ୍ତନ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣା ଯାଇଛି । ଆଜି ସଭାପତି ପଦ ପାଇଁ ନାମାଙ୍କନ ପତ୍ରଦାଖଲ ତାରିଖ ଥିବା ବେଳେ ଆଉ କେହି ନାମାଙ୍କନ ପତ୍ର ଦାଖଲ କରି ନଥିଲେ । ନିର୍ବାଚନ ଅଧିକାରୀ ଭାବରେ ସତ୍ୟ ନାରାୟଣ ସାହୁ ରହିଥିବା ବେଳେ ନାମାଙ୍କନ ପତ୍ର ପ୍ରଦାନ ସମୟ ରେ ମ. ରାମପୁର ପୂର୍ବତନ ସରପଂଚ ଚିତ୍ତରଞ୍ଜନ ବାଗ, ଆଶୋକ କୁମାର ପଟ୍ଟନାୟକ, ରୁଦ୍ର ପ୍ରତାପ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.