ନିଶା ସେବନ ବିରୁଦ୍ଧରେ ଆନ୍ତର୍ଜତୀୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଶ୍ରୀ ରାମ କୃଷ୍ଣ ଆଶ୍ରମର ମିଳିତ ଆନୁକୁଲ୍ୟରେ ମ. ରାମପୁର ବ୍ଲକ ସିଂହପୁର ପଞ୍ଚାୟତ କୁଟ୍ରୁପଲା ଗ୍ରାମ ଠାରେ ନିଶା ସେବନ ଓ ବେଆଇନ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ପାଳିତ ହେଇ ଯାଇଛି । ଆଶ୍ରମର ସହ ସଂପାଦକ ସ୍ବାମୀ ବିରେଶାନନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ କଦମ ସାଇ ପାତ୍ର, ସମ୍ମାନୀତ ଅତିଥି ମ. ରାମପୁର ଅବକାରୀ ଅଧିକାରୀ ବିଶେଶ୍ୱର ରାଓ, ଅବକାରୀ ବିଭାଗ ପକ୍ଷରୁ ବିନୋଦିନୀ ମହାଲିଙ୍ଗ, ସିଆରୀ ହରିଜନ ପ୍ରମୁଖ ମଞ୍ଚାସିନ ରହି ନିଶା ଏବଂ ଏହାର ବେଆଇନ କାରବାର ବିରୁଦ୍ଧରେ ଲୋକଙ୍କୁ ସଚେତନ କରିଥଲେ । ଏହି ଅବସରରେ ଗ୍ରାମରେ ଏକ ଶୋଭାଯାତ୍ରା ବାହାରି ଲୋକଙ୍କୁ ସଚେତନ କରିଯାଇଥିଲା। ମଞ୍ଚରେ ଅତିଥି ମାନେ ଦୀର୍ଘ ସାତ ବର୍ଷ ନିଶା ସେବନରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ ରଖିଥିବା ପ୍ରଶାନ୍ତ ସେଠୀଙ୍କୁ ଦୁଇ ହଜାର ଟଙ୍କା ଓ ଉପଢ଼ୌକନ ଦେଇ ସମ୍ମାନିତ କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଶ୍ରମର ନିଶା ନିବାରଣ ଥଇଥାନ କେନ୍ଦ୍ରର ପରାମର୍ଶଦାତା ବଟ କିଶୋର ପ୍ରଧାନ, ଯଶୋବନ୍ତ ଦାସ, ଧର୍ମୁ ତାଣ୍ଡି, ଲକ୍ଷ୍ମୀ କାନ୍ତ କର୍ଣ୍ଣ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.