ସମବାୟ ସମିତି ନିର୍ବାଚନ ପ୍ରସଙ୍ଗ: ନର୍ଲା କୃଷି ସମବାୟ ସମିତିର ସଭାପତି ପଦବୀ ପାଇଁ ତିନିଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଚାଲିଛି ପ୍ରାଥମିକ କୃଷି ସମବାୟ ସମିତିର ନିର୍ବାଚନ ପ୍ରକ୍ରୀୟା । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଗତ ୧୯ରେ ଅନୁଷ୍ଠିତ ହୋଇଥିଲା ସମବାୟ ସମିତିର ଡାଇରେକ୍ଟର (ୱାର୍ଡ ସଦସ୍ୟ) ନିର୍ବାଚନ । ସୋମବାର ୨୭/୬ ସମବାୟ ସମିତିର ସଭାପତି ପଦବୀ ସକାଳ ୧୦ ଘଣ୍ଟାରୁ ଦିବା ୧ ଘଣ୍ଟା ମଧ୍ୟରେ ରହିଥିଲା ନାମାଙ୍କନ ଦାଖଲ ପ୍ରକ୍ରୀୟା । ନର୍ଲା ସମବାୟ ସମିତିର ସଭାପତି ପ୍ରାର୍ଥୀ ଭାବରେ ମାଣ୍ଡେଲର ଯୁବ କୃଷକ ନେତା ଦିଲୀପ ନାଏକ, ନର୍ଲା ସମବାୟ ସମିତିର ପୂର୍ବତନ ସଭାପତି ଚିରଞ୍ଜିବୀ ଗୌଡ଼ିଆ ଓ ଦେହେଲିର ମଞ୍ଜୁ ଗଉଡ଼ ଏଭଳି ତିନିଜଣ ପ୍ରାର୍ଥୀ ନିର୍ବାଚନ ଅଧିକାରୀ ସଦାଶିବ ମହାରଣାଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯୁବ ଚାଷୀ ନେତା ଦିଲୀପ ନାଏକଙ୍କ ପ୍ରସ୍ତାବକ ଭାବରେ ନର୍ଲାର ଯୁବ ଡ଼ାଇରେକ୍ଟର ସଂଗ୍ରାମ ଚାନ୍ଦ ଓ ସମର୍ଥକ ଭାବରେ ପୂଜୀପଦରର ସଦସ୍ୟ ହୃଷିକେଶ ପଧାନ ରହିଥିବା ପ୍ରାର୍ଥୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ନର୍ଲାରେ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ହେବ ବୋଲି ଅନୁମାନ କରାଯାଉଛି । ଯୁବ ଚାଷି ନେତା ଦିଲୀପ ନାଏକଙ୍କ ପଲ୍ଲା ଭାରି ରହୁଥିବା ଏବେ ଚାଷୀ ମହଲରେ ଚର୍ଚ୍ଚା ଜୋର ଧରିଛି । ନର୍ଲା ସମବାୟ ସମିତିରେ ୧୪ ଜଣ ଡ଼ାଇରେକ୍ଟର ( ସଦସ୍ୟ) ରହିଥିବା ବେଳେ ଦୁଇ ସଭାପତିଙ୍କ ସପକ୍ଷରେ ୮:୬ ସଂଖ୍ୟାର ସମର୍ଥନ ରହିଥିବା ଜଣା ପଡ଼ିଛି । ହେଲେ ଦେଖାଯାଉ ଆସନ୍ତା ୬ରେ ହାତୀ କାହା ମୁଣ୍ଡରେ କଳସ ଢାଳୁଛି ? ଆସନ୍ତା ଜୁଲାଇ ୬ରେ ରହିଛି ସଭାପତି ନିର୍ବାଚନ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ସମବାୟ ସମିତିରେ ଗତ ୧୯ ତାରିଖରେ ହିଁ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ସଭାପତି ମନୋନୟନ କରାଯାଇଥିଲା । ସରୋଜ କୁମାର ରାଉତ ନିଦ୍ୱର୍ନ୍ଦରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବାକି ରହିଥିଲା ୬ ଗୋଟି ସମବାୟ ସମିତିର ନିର୍ବାଚନ । ଭାନପୁର ସମବାୟ ସମିତିରେ ସୋମବାର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଜତୀନ୍ଦ୍ର ପଧାନ । ଏହି ସମବାୟ ସମିତିରେ ୧୦ ଗୋଟି ୱାର୍ଡ ସଭ୍ୟ ରହିଛନ୍ତି । ଜତୀନ୍ଦ୍ର ପଧାନଙ୍କ ସଭାପତି ପ୍ରାର୍ଥୀ ନିମନ୍ତେ ନିଜ ସମର୍ଥକଙ୍କ ଗହଣରେ ପେକ୍ସ ଅଫିସକୁ ଯାଇ ନିର୍ବାଚନ ଅଧିକାରୀ ଦେବରାଜ ରଣାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନାମଙ୍କନ ପତ୍ର ପାଇଁ ଧାର୍ଯ୍ୟ ସମୟ ଦିନ ୧ ଟା ବିତି ଯାଇଥିଲେ ମଧ୍ୟ ଆଉ କୌଣସୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ଶ୍ରୀ ପଧାନ ଭାନପୁର ପେକ୍ସର ସଭାପତି ଭାବରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବିଧିବଦ୍ଧ ଭାବରେ ଘୋଷଣା କରାଯାଇ ଭାନପୁର ପେକ୍ସ ଅଫିସ ନୋଟିସ ବୋର୍ଡରେ ଘୋଷଣା ନାମା ଛପା ଯାଇଥିବା ଦେଖିବାକୁ ମିଳିଛି । ରୁପ୍ରା ଓ ଭାନପୁର ସମବାୟ ସମିତିରେ ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚନ ସାରିଯାଇଥିବା ବେଳେ ଆଉ ବାକି ରହିଥିବା ୫ ଗୋଟି ସମବାୟ ସମିତିର ନିର୍ବାଚନ ଜୁଲାଇ ୬ରେ ଅନୁଷ୍ଠିତ ହେବ ବୋଲି ଅଫିସ ସୂତ୍ରରୁ ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.