ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଆଜି ରନ୍ଧା ମଦ ସହ ବାଇକ୍ ଜବତ ହେଇଛି। ଏହା ସହିତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ମ.ରାମପୁର ଥାନା ଅନ୍ତର୍ଗତ ସିରାବହାଲ ଗ୍ରାମର ମଗସିର ବାଗ କୋଡିଏ ଲିଟର ବେଆଇନ୍ ରନ୍ଧା ମଦ ନେଇ ଏକ ବାଇକ୍ ରେ ଯାଉଥିବା ସମୟରେ ପୌରକେଲା ନିକଟରେ ମ.ରାମପୁର ଅବକାରୀ ଅଧିକାରୀ ବିଶେଶ୍ୱର ରାଓଙ୍କ ନେତୃତ୍ଵରେ କାବୁ କରାଯାଇ କେସ ନମ୍ବର ୫୭/୨୨-୨୩ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ବିଭାଗ ପକ୍ଷରୁ ବିନୋଦିନୀ ମହାଲିଙ୍ଗ, ସିଆରୀ ହରିଜନ ମଧ୍ୟ ସାମିଲ ଥିଲେ।