ବେହେରେନସିଲରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ବେହେରେନସିଲ ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାରମ୍ପରିକ ନିତି ଅନୁଯାୟୀ ସମ୍ପନ୍ନ ହୋଇଯାଇଅଛି। ଗାଁର ଗୈାନ୍ତିଆ ବୈବସ୍ଵତ ମାଝୀ ଛେରା ପହରା କରିଥିଲେ। ସମ୍ପୁର୍ଣ୍ଣ ନିତି କାନ୍ତି ସାରି ଶ୍ରୀଜିଉଙ୍କୁ ପହଣ୍ଡି ବିଜେ କରି ରଥାରୂଢ଼ କରାଯାଇଥିଲା। ଏଥିରେ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଜୟପାଟଣା ବ୍ଳକ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ, କିଶୋର ଚନ୍ଦ୍ର ସା, ମାନସିଂହ ନାଏକ, ହେମନ୍ତ ମାଝୀ, ହେମନ୍ତ ସାହୁ, ହେମନ୍ତ ନାଏକ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ରେ ରହି ସହଯୋଗ କରିଥିଲେ। ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.