ପ୍ରଧାନ ଶିକ୍ଷକ ବରୁଣ ସୁନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଓଡିଆ ବାର୍ତ୍ତା / କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ପୌରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବରୁଣ କୁମାର ସୁନା ଅବସର ଗ୍ରହଣ କରିଛନ୍ତି । ଏହି ପ୍ରେରିପେକ୍ଷିରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସି.ଟି. ଫେଡେରେସନ ସଭାପତି ପ୍ରଦୀପ କୁମାର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ବିଶିଷ୍ଟ ସମାଜସେବୀ ଦୟାନିଧି ସାହୁ, ସିଟି ସଂଘର ଜିଲ୍ଲା ସଭାପତି ଭୁକୁଟି ଗୌଡ଼, ସମ୍ପାଦକ ଧନୁର୍ଯ୍ୟ ସାହୁ, ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଏସୋସିଏସନର କଳାହାଣ୍ଡି ଜିଲ୍ଲା ସଂପାଦକ ଯତିନ୍ଦ୍ର କର, ଆଇନଜୀବୀ ଛବିଲାଲ ନିଆଲ ପ୍ରମୁଖ ଯୋଗଦେଇ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଧୁ ସୁଦନ ବାଗଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଏଚଏସ କୁମାର, ସରଜୁ କଅଁର ଓ ପ୍ରୀତମ ସୁନା ପ୍ରମୂଖ ଗୀତ ଗାନ କରିଥିଲେ । ଗ୍ରାମବାସୀମାନେ ଅବସର ପ୍ରଧାନ ଶିକ୍ଷକ ଶ୍ରୀ ସୁନାଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.