ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମାଣ୍ଡେଲ ସରପଞ୍ଚଙ୍କ ଅଭିନବ ପ୍ରୟାସ: ଆହୁତ ହେଲା ବୁଦ୍ଧିଜୀବୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଆବାହକତ୍ବରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ନିର୍ବାଚିତ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ବିଇଓ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ଶିକ୍ଷାବିତ୍ ତଥା ସଂସ୍କୃତିବିତ୍ ହରେକୃଷ୍ଣ ଭୋଇ, ସିଆରସିସି ଦେବୀସୁଧା ଦୋରା, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଓ ସାରଥୀ ନାଏକ, ବୁଦ୍ଧିଜୀବୀ ଖୁସିରାମ ସାହୁ, କପିକେତନ ନାଏକ, ଟିକେରାମ ନାଏକ, ନିର୍ମଳ ବାରିକ, ନାଏବ ସରପଞ୍ଚ ସୁଧାଙ୍ଗନା ନାଏକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଉନ୍ନତି ଯଥା; ପାଚେରୀ ନିର୍ମାଣ, ନୂତନ କୋଠା ଓ ଶୈ।ଚାଳୟ ନିର୍ମାଣ, ବିଦ୍ୟାଳୟର ସୈ।ନ୍ଦର୍ଯ୍ୟକରଣ, ଆବଶ୍ୟକିୟ ଶିକ୍ଷକ ପଦବୀ ପୁରଣ ଓ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ସମସ୍ତ ବିଦ୍ୟାଳୟର ଶିକ୍ଷା କମିଟି ସଭାପତି ଓ ପ୍ରଧାନଶିକ୍ଷକମାନେ ବିଇଓ ଏବଂ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ବନ୍ଧରେ ଏକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିବା ଏବଂ ସମସ୍ତ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ସରପଞ୍ଚ ଶ୍ରୀ ଜାଲ ପ୍ରକାଶ କରିଥିଲେ। ଏହି ଅବସରରେ ବିଇଓ ଶ୍ରୀ ଜାନୀ ମାଣ୍ଡେଲ ପଞ୍ଚାୟତର ସମସ୍ତ ବିଦ୍ୟାଳୟକୁ ଏଡପ୍ଟ ସ୍କୁଲ ଭାବେ ଘୋଷଣା କରିଥିଲେ। ଏବିଇଓ ଶ୍ରୀ ମାଝୀ ସ୍ବତନ୍ତ୍ର ଭାବେ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଥିଲେ। ବିଦ୍ୟାଳୟର ଶିକ୍ଷାର ଉନ୍ନତି ପାଇଁ ସମସ୍ତେ ସମର୍ପିତ ହେବାକୁ ସମସ୍ତେ ସଂକଳ୍ପ ନେଇଥିଲେ। ଏହି ଅବସରରେ ମାଣ୍ଡେଲ ପଞ୍ଚାୟତ ପକ୍ଷରୁ ବିଇଓ ଏବଂ ଏବିଇଓଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ/ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଏହି ଅଭିନବ ପ୍ରୟାସକୁ ଶିକ୍ଷାବିଭାଗ ଅଧିକାରୀ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଶେଷରେ ସିଆରସିସି ଦେବୀସୁଧା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.