କେସିଙ୍ଗା ଦ୍ବିତୀୟ ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା କୋଣାର୍କ ସ୍ପିନିଙ୍ଗ ମିଲ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ତେବେ ଏହି ରଥଯାତ୍ରା କେସିଙ୍ଗାର ଦ୍ବିତୀୟ ରଥଯାତ୍ରା ଭାବରେ ଅଞ୍ଚଳରେ ଦୀର୍ଘ ୧୬ ବର୍ଷ ହେଲା ପ୍ରସିଦ୍ଧି ଲାଭ କରିଛି । କେସିଙ୍ଗା ଓ୍ବାର୍ଡ ନମ୍ବର ୧୦ ଶ୍ରୀ ଜଗନ୍ନାଥ ପୂଜା କମିଟି ଆନୁକୂଲ୍ୟରେ ହେଉଥିବା ଏହି ରଥଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା । ଏହି ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ତୃତୀୟା ଦିନ ରଥଟଣା ହୋଇଥାଏ । ସେହି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଆଜି ରଥଟଣା ହୋଇଯାଇଛି । ସ୍ପିନିଙ୍ଗ ମିଲ ଜଗନ୍ନାଥ ମନ୍ଦିର ଠାରୁ ଓପିଟିସିଏଲ କଲୋନୀ ଗେଟ୍ ପର୍ଯ୍ୟନ୍ତ ରଥଟଣା ହୋଇଥାଏ । ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ତିନି ବିଗ୍ରହଙ୍କୁ ଶ୍ରୀ ଗୁଣ୍ଡିଚା ପହଣ୍ଡି ବିଜେ କରି ରଥାରୂଢ଼ କଲା ପରେ କିଛି ଦୂର ରଥ ଟଣା ରଖାଯାଇଥାଏ । ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ତୃତୀୟା ଦିନ ମାଉସୀ ମାଆ ମନ୍ଦିର ଙ୍କୁ ତିନି ବିଗ୍ରହଙ୍କୁ ବିଜେ କରାଯାଇଥାଏ । ମାଉସୀ ମାଆ ମନ୍ଦିର ଠାରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଦିନ ଅନ୍ନପ୍ରସାଦ ର ବ୍ୟବସ୍ଥା ହୋଇଥାଏ । ତେବେ ଏଠାରେ ସୂଚନାଯୋଗ୍ୟ ଯେ, କେସିଙ୍ଗା ର ଦ୍ବିତୀୟ ରଥଯାତ୍ରା ଭାବେ ପ୍ରସିଦ୍ଧ ଲାଭ କରିଥିବା ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥାଏ। ହେଲେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପ୍ରଶାସନର ଶିଥିଳତା ଦୃଷ୍ଟି ଗୋଚର ହୋଇଥିବା ଦେଖିବାକୁ ମିଳିଥିଲା । ନାମକୁ ମାତ୍ର କିଛି ପୁଲିସ କର୍ମଚାରୀ ନିୟୋଜିତ ହେଉଥିଲେ ମଧ୍ୟ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହେଉଥିବା ଅଭିଯୋଗ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.