ଗଞ୍ଜେଇ ବୋଝେଇ କାର ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ବୋଝେଇ ଏକ କାର ଜବତ ସହ ଜଣ ଅଭିଯୁକ୍ତକୁ ଗିରଫ କରିଛି ଫୁଲବାଣୀ ଟାଉନ ଥାନା ପୁଲିସ। ଅଭିଯୁକ୍ତ ଜଣକ ଫୁଲବାଣୀ ସହର ପେଞ୍ଜିସାହି ଏଫସିଆଇ ଛକର ଭି.ରମେଶ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ପୁଲିସ ଟିମ ଦ୍ୱାରା ଗୌଡପଡା ଜାତୀୟ ରାଜପଥ ୧୫୭ ରାସ୍ତାରେ ଜଗିଥିଲେ। ସାମ୍ନାପଟୁ ଏକ କାର ଆସୁଥିବା ଦେଖି ଅଟକାଇ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ୫୧.୧ କେଜି ଗଞ୍ଜେଇ ମିଳିଥିଲା। ଏହାର ହାରାହାରି ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ଏନେଇ ଥାନାରେ ୧୦୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.