ଡ. ଶିବରାମ ନାୟକ ହେଲେ ସାଲୁଟ ତ୍ରିରଙ୍ଗାର ଶିକ୍ଷା ବିଭାଗ ରାଜ୍ୟ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ଶିକ୍ଷାବିତ ଡ. ଶିବରାମ ନାୟକଙ୍କୁ ଦେଶର ଅଗ୍ରଣୀ ରାଷ୍ଟ୍ରବାଦୀ ସଙ୍ଗଠନ ସାଲୁଟ ତ୍ରିରଙ୍ଗା ରାଜ୍ୟ ସଭାପତି (ଶିକ୍ଷା ବିଭାଗ) ରୂପେ ନିଯୁକ୍ତି ଦେଇଛନ୍ତି। ଡ଼. ନାୟକ ଅହରହ ଶିକ୍ଷା ଓ ସମାଜସେବାରେ ଦୀର୍ଘ ଦିନ ଧରି ନିଜ କର୍ତ୍ତବ୍ୟ କରି ଆସୁଛନ୍ତି। ସେ ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ବହୁବାର ନିଜ ନିଷ୍ଠାପର ସେବା ଯୋଗୁ ବହୁ ପ୍ରଶଂସାପତ୍ର, ପୁରସ୍କାର ଓ ଆୱାର୍ଡ ମଧ୍ୟ ପାଇଁ ଛନ୍ତି। ଶିକ୍ଷା ଓ ଶିକ୍ଷକ ରାଷ୍ଟ୍ରର ପୁଞ୍ଜି, ଶିକ୍ଷା ମାଧ୍ୟମରେ ହିଁ ସମାଜ ତଥା ରାଷ୍ଟ୍ରଗଠନ ହୋଇପାରିବ ଓ ଉତ୍ତମ ଶିକ୍ଷା ଓ ଏହାର ବିକାଶରେ ଆଜୀବନ ପ୍ରୟାସ ଜାରୀରହିବ ତଥା ରାଜ୍ୟ ସଭାପତି ରୂପେ ଗୁରୁ ଦାୟିତ୍ୱ ଦେଇଥିବାରୁ ସାଲୁଟ ତ୍ରିରଙ୍ଗାର ପ୍ରତିଷ୍ଠାତା ରାଜେଶ ଝା, ସମସ୍ତ ଉପେଦେଷ୍ଟା ମଂଣ୍ଡଳୀ ଓ ଡ଼. ନାରାୟଣ କୁମାର କର୍ଣ୍ଣ (ନେସନାଲ କନଭେନର, ଶିକ୍ଷା ବିଭାଗ)ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏହି ଗୁରୁ ଦାୟିତ୍ୱକୁ ସୁଚାରୁ ରୁପେ ତୁଲାଇବା ପାଇଁ ପ୍ରଚେଷ୍ଟା କରିବି ବୋଲି ଡ଼. ନାୟକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.