ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବିଭିନ୍ନ ବାଦୀ ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ମାରିଛନ୍ତି ଅଭିଭାବକ। ଆଜି ସକାଳ ସମୟରେ ଅନେକ ସଂଖ୍ୟାରେ ପୁରୁଷ ଓ ମହିଳା ଅଭିଭାବକ ମାନେ ସ୍କୁଲ ପରିସରରେ ଉପସ୍ଥିତ ରହି ତାଲା ମାରିଥିଲେ। ଅଭିଭାବକଙ୍କ ଅଭିଯୋଗରୁ ଜଣାଯାଏ ଯେ, ବିଦ୍ୟାଳୟ ଦଣ୍ଡ ମୁକ୍ତ ଅଞ୍ଚଳ ହୋଇଥିବା ବେଳେ ଜଣେ ଶିକ୍ଷକ ଛାତ୍ର ଛାତ୍ରୀଙ୍କୁ ଅନେକ ମାଡ ମାରୁଛନ୍ତି। ମାଡକୁ ଡରି ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବାକୁ ଇଚ୍ଛା କରୁନାହାନ୍ତି। ଅପର ପକ୍ଷରେ ବିଦ୍ୟାଳୟରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦେଉଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଇଚ୍ଛା କରୁନାହାନ୍ତି। ଏଣୁ ଉକ୍ତ ଶିକ୍ଷକଙ୍କୁ ବଦଳି ଓ ମଧ୍ୟାହ୍ନ ଭୋଜନ ବ୍ୟାବସ୍ଥା ସୁଧାରିବାକୁ ଅଭିଭାବକ ମାନେ ତାଲା ମାରିଥିଲେ। ଅନେକ ସମୟ ପରେ ବିଦ୍ୟାଳୟ ପରିଚାନା କମିଟି, ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ତଥା ସହ ଶିକ୍ଷକଙ୍କ ଏକ ବୈଠକରେ ସମାଧାନ ପରେ ଅଭିଭାବକମାନେ ତାଲା ଖୋଲିଥିବା ବେଳେ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା।