ତଳବେଲଗାଁରେ ସଚେତନତା ସଭା ଓ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବନାଞ୍ଚଳ ଭଟାଙ୍ଗପଦର ସେକ୍ସନ ଅଧିନସ୍ଥ ତଳବେଲଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ବୃକ୍ଷରୋପଣ ନିମନ୍ତେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ୭୩ତମ ବନମହୋତ୍ସବ ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ତଲବେଲଗାଁ ସରପଞ୍ଚ ଅଙ୍କିତା ବେହେରା, ପିଇଓ କେଦାରନାଥ ନାଏକ, ନୂଆଗାଁ ବିଟ୍ ର ବନରକ୍ଷୀ ସତ୍ୟମ ମାଝୀ, ପାଲସିପଡା ରାଜସ୍ବ ନିରୀକ୍ଷକ ଥବିର ଭୋଇ, ଗ୍ରାମ୍ୟ ବିକାଶ ସଂଗଠନ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ଓ ଏସ୍ଏଚଜି ଗ୍ରୁପ୍ ର ମହିଳାମାନେ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ପରେ ବନରକ୍ଷୀ ସତ୍ୟମ ମାଝୀଙ୍କ ନେତୃତ୍ଵରେ ଗ୍ରାମପଞ୍ଚାୟତ ପରିସର ମଧ୍ୟରେ ସରପଞ୍ଚ ଓ ଉପସ୍ଥିତ ଅତିଥିବୃନ୍ଦ ବୃକ୍ଷରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.