ଶଗଡ଼ା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଓ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ୭୩ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ଓ ଇକୋ କ୍ଲବ ପରିଚାଳକ ଶୈଳେନ୍ଦ୍ର କୁମାର ବାବୁଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ବନ ବିଭାଗର କର୍ମଚାରୀଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା। ପ୍ରତ୍ୟେକଟି ଗଛକୁ ଛାତ୍ରଛାତ୍ରୀଙ୍କ ନାମରେ ଅର୍ପଣ କରାଯାଇ ଏହାର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.