ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ, ପିଇଟି ସୁରେନ୍ଦ୍ର ସାହୁ, ଗ୍ରନ୍ଥାଧ୍ୟକ୍ଷ ଫକୀର ଚଣ୍ଡି, ଅଶୋକ ଚଣ୍ଡି, ସାନୁର୍ଯ୍ୟ ଗୋପାଳ ସମେତ ଯୁବରେଡକ୍ରସ ସ୍ବେଚ୍ଛାସେବୀ ବୃକ୍ଷରୋପଣ କରିଥିଲେ। ଚାରା ଲଗାଇ ବଞ୍ଚାଇବାକୁ ଅଧ୍ୟକ୍ଷ ସ୍ବେଚ୍ଛାସେବୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଗତବର୍ଷ ଯୁବରେଡକ୍ରସ ତରଫରୁ ଲଗାଯାଇଥିବା ୨୦ଟି ଚାରାରୁ ୧୫ଗୋଟି ଚାରା ବଞ୍ଚିଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଥିଲେ। ଚଳିତ ବର୍ଷ ୨୦ଗୋଟି ଆମ୍ବ ଓ ବନୌଷଧି ଚାରା ବେହେରା ବନଖଣ୍ଡ ଅଧିକାରୀ ପ୍ରଦାନ କରିଥିବାରୁ ଯୁବ ରେଡକ୍ରସ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.