କୃଷ୍ଣ ଭୂମିକାରେ ଅମୀର ଖାନ

ଠଗ ଅଫ ହିନ୍ଦୁସ୍ଥାନ ଫିଲ୍ମ ଫ୍ଲପ ହେବା ପରେ ଅମୀର ତାଙ୍କର ଡ୍ରିମ ପ୍ରୋଜେକ୍ଟ ପାଇଁ ଲାଗିପଡିଛନ୍ତି । ତିନିଶହ କୋଟି ବଜେଟରୁ ଠଗ ଅଫ ହିନ୍ଦୁସ୍ଥାନ ନିର୍ମାଣ ହୋଇଥିବା ବେଳେ ଫିଲ୍ମଟି ମାତ୍ର ୧୪୦ କୋଟି ରେକର୍ଡକୁ ଛୁଇଁଛି । ମିଷ୍ଟର ପରଫେକ୍ଟ ଏବେ ଫିଲ୍ମ ମହାଭାରତରେ କୃଷ୍ଣ ଭୂମିକାରେ ନଜର ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଫିଲ୍ମ ମହାଭାରତ ୩ରୁ ୪ଟି ଭାଗରେ ନିର୍ମାଣ କରାଯିବ । ଏହାପାଇଁ ରିସର୍ଚ୍ଚ ଟିମ ରାମଚରିତ ମାନସରୁ ଇନପୁଟ୍ ନେବା ସହ କୋଲକତାର ଜଣେ ଲେଖକଙ୍କ ବହିରୁ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି । ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏବଂ ଅଂଜୁ ରାଜାବଲିଙ୍କୁ ମଧ୍ୟ ସ୍କ୍ରିପ୍ଟ ଚୟନ କମିଟିରେ ରଖାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.