ସୁବର୍ଣ୍ଣପୁର ନାଟ୍ୟ ଚକ୍ର ତରଫରୁ ବିଶ୍ୱ ନାଟ୍ୟ ଦିବସ ଓ ନାଟ୍ୟ ଚକ୍ରର ପ୍ରତିଷ୍ଠା ଦିବସ  

ସୋନପୁର,୨୮/୩ : ସୁବର୍ଣ୍ଣପୁର ନାଟ୍ୟ ଚକ୍ର ତରଫରୁ ବୁଧବାର ଦିନ ସଂନ୍ଦ୍ୟାରେ ସ୍ଥାନିୟ ଭୀମ ଭୋଇ କଳା ମଣ୍ଡପ ଠାରେ ବିଶ୍ୱ ନାଟ୍ୟ ଦିବସ ଓ ନାଟ୍ୟ ଚକ୍ରର ପ୍ରତିଷ୍ଠା ଦିବସ ନାଟ୍ୟ ଚକ୍ରର ନିର୍ଦ୍ଧେଶକ ମନୋଜ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅଥିଥି ଭାବେ ଗୁରୁ ଘାସିରାମ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଶ୍ୟାମାଓଁ ପ୍ରସାଦ ମିଶ୍ର, ସମାଜସେବି ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗ ଦେଇ ନାଟକରେ ବାସ୍ତବ ଚିତ୍ର ପ୍ରତିଫଳିତ ହୁଏ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିବ ପ୍ରସାଦ ଗୁରୁ ଅଥିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟାଳୟ ସଂଯୋଜକ ନୀଳ ମାଧବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନିଲ ରାଉତ ଙ୍କ ରଚିତ ଓ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ନିର୍ଦ୍ଧେଶିତ ନାଟକ ‘ଝୁମୁରୀ’ ମଚଂସ୍ଥ ହୋଇଥିଲା । ଏହି ନାଟକରେ ସ୍ୱାଗତିକା, ସୈାମ୍ୟ, ମାନସ, ସଞ୍ଜୀପ, ଉମେଶ, ଝଲକ, ଚନ୍ଦ୍ରଶେଖର, ରାଜ, ନିତିଶ, ସୈାରଭ ପ୍ରମୁଖ ଅଭିନୟ କରିଥିବା ବେଲେ ନାଟ୍ୟ ଚକ୍ରର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.