ହଟିନି ମାଓ ପୋଷ୍ଟର : ଆତଙ୍କିତ ଅଂଚଳବାସୀ

ମ.ରାମପୁର:୨୮/୩ : ସାଧାରଣ ନିର୍ବାଚନ ବର୍ଜନ ଆହ୍ୱାନ ସଂକ୍ରାନ୍ତୀୟ ମାଓ ପୋଷ୍ଟର ଗତ ମଙ୍ଗଳବାର ଦିନ ବାରବନ୍ଧା ଓ ଡ଼ୁଡ଼ୁକାରଂଜା ଗ୍ରାମ ପଂଚାୟତ ଅଂଚଳରେ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ଏ ଖବର ପ୍ରଚାର ହେବା ପରେ ପୋଲିସ ବିଭାଗ ତରଫରୁ ଉକ୍ତ ସ୍ଥାନ ମାନଙ୍କରୁ ପୋଷ୍ଟର ସବୁ ଜବତ କରାଯାଇଥିବାବେଳେ ସିପିଆଇ(ମାଓବାଦୀ) ଓଡ଼ିଶା ରାଜ୍ୟ କମିଟୀ ଦ୍ୱାରା ଭୋଟ ବର୍ଜନ ଆହ୍ୱାନରେ ଲାଗିଥିବା ପୋଷ୍ଟର ଆଜି ମଧ୍ୟ ବାରବନ୍ଧା-ଶିକୁଳୀ ରାସ୍ତାକଡ଼ ଗଛରେ ଲାଗିରହିଛି । ଏହି ପୋଷ୍ଟରକୁ ହଟାଯାଇନଥିବାରୁ ଅଂଚଳବାସୀଙ୍କ ମନରେ ଆତଙ୍କ ଦେଖାଯାଇଛି । କେବଳ ସେତିକି ନୁହେଁ ଏହି ରାସ୍ତାଦେଇ ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ନିଜ ନିଜ କର୍ମସ୍ଥଳୀକୁ ଯାଉଥିବାବେଳେ ଏହାକୁ ଦେଖି ଭୟଭୀତ ହେଉଛନ୍ତି । ମ.ରାମପୁର ବ୍ଲକର ମାଓ ପ୍ରବଣ ଅଂଚଳ ବାରବନ୍ଧା, ଡ଼ୁଡ଼ୁକାରଂଜା, ମୋହନଗିରୀ, ଲୁବେନଗଡ଼, ଉର୍ଲାଦାନୀ, ସିଂହପୁର ଆଦି ଅଂଚଳରେ ସାଧାରଣ ଲୋକଙ୍କ ମନରେ ସାଧାରଣ ନିର୍ବାଚନ ବର୍ଜନକୁ ନେଇ ବିଭିନ୍ନ ସମୟରେ ମାଓ ପୋଷ୍ଟର ଲଗାଯାଉଥିବାରୁ ଭୟ ଖେଳିଯାଇଛି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ କୁମାର ସାହୁ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.