ଏହାରି ଭିତରେ ରନବୀର ସିଂ ଏବଂ ଦୀପିକା ପାଦୁକୋନ ମଧ୍ୟରେ ବିବାହ ଶେଷ ହୋଇଛି । ଏବେ ସୋସିଆଲ ମିଡିଆରେ ଉଭୟଙ୍କ ବାହାଘର ଫଟୋ ଭାଇରାଲ ହେବାରେ ଲାଗିଛି । ନିଜନିଜ କ୍ୟାରିଅରରେ ଦୁଇ ତାରକାଙ୍କ ଖ୍ୟାତି ଶୀର୍ଷରେ ରହିଛି ।
ଆସନ୍ତୁ ଜାଣିବା ଏହି ଦୁଇ ସିନେ ତାରକାଙ୍କ ମଧ୍ୟରେ କିଏ ବେଶୀ ଧନୀ ।

ସେହିପରି ଫୋବର୍ସ ତାଲିକା-୨୦୧୭ ଅନୁଯାୟୀ ରନବୀରଙ୍କ ମୋଟ ସଂପତ୍ତି ୬୨.୬କୋଟି । ସେ ଉକ୍ତ ତାଲିକାର ୧୦ ନମ୍ବରରେ ଥିଲେ । ଏଥିସହ ବିଭିନ୍ନ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥାନ୍ତି । ଫୋବର୍ସ ପକ୍ଷରୁ ୨୦୧୮ର ଧନୀତାଲିକା ପ୍ରସ୍ତୁତ କରାଯାଇ ନଥିବାରୁ ବର୍ତ୍ତମାନ ସୁଦ୍ଧା ରନବୀର ଦୀପିକାଙ୍କ ଠାରୁ ବେଶୀ ଧନୀ ।