ଭାରତୀୟ ଜନତା ପାର୍ଟିର ବିଜୟ ଉତ୍ସବ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଥମଥର ପାଇଁ ଓଡ଼ିଶାର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ବିଜୟ ପରେ ଡ଼ିଆରଡ଼ିଏ ଛକରେ ବିଜେପି ଦଳ ପକ୍ଷରୁ ପାଳନ ହୋଇଛି ବିଜୟ ଉତ୍ସବ। ଏହି ଅବସରରେ ଯୋଗ ଦେଇଥିବା ବିଜେପି ନେତା ଓ କର୍ମୀମାନେ ନାଚ ନାଚିବା ସହିତ ମିଠା ବାଣ୍ଟିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣି ମହାନ୍ତି, ଯୁବନେତା ଗୋଲକ କହଁର, ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଅଜିତ୍ ପଟ୍ଟନାୟକ, ବିଜେପି କାଉନସିଲର ରମେଶ ମହାନ୍ତି, ବାବୁ ମହାନ୍ତି, ଜିଲା ସଂପାଦକ ଲିଙ୍ଗରାଜ ଦଳବେହେରା, ପରେଶ ମହାପାତ୍ର ଓ ଅନ୍ୟମାନେ ସାମିଲ୍ ହୋଇଥିଲେ। ସେହିଭଳି ବିଜେପି ପକ୍ଷରୁ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବାଣ ଫୁଟାଇ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ବିଭିନ୍ନ ଅଞ୍ଚଳର ବହୁ ସ୍ଥାନୀୟ ନେତାମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.