ବିଏସଏନଏଲର ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌କୁ କ୍ୟାବିନେଟ ମଞ୍ଜୁରି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଏସଏନଏଲକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘୧.୬୪ ଲକ୍ଷ କୋଟି ଟଙ୍କାର ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ୍‌’କୁ ଅନୁମୋଦନ କରାଯାଇଛି । ବିଏସଏନଏଲ ସେବାର ଉନ୍ନତିକରଣ ପାଇଁ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବା, ସ୍ପେକ୍ଟ୍ରମ ଆବଣ୍ଟନ କରିବା, ବାଲାନ୍ସ ସିଟ୍‌କୁ ଚାପମୁକ୍ତ କରିବା ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ (ବିବିଏନଏଲ) ସହିତ ବିଏସଏନଏଲକୁ ମିଶ୍ରଣ ଜରିଆରେ ଫାଇବର ନେଟୱର୍କକୁ ବଢ଼ାଇବା ଉପରେ ଗୁରୁତ୍ବ ଦେଇ ପୁନରୁଦ୍ଧାର ପ୍ୟାକେଜ୍‌କୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଟେଲିକମ ଏକ ରଣନୈତିକ କ୍ଷେତ୍ର । ଟେଲିକମ ବଜାରରେ ବିଏସଏନଏଲର ଉପସ୍ଥିତି ଏକ ବଜାର ସନ୍ତୁଳନକାରୀ ଭାବେ କାର୍ଯ୍ୟ କରିଥାଏ । ଗ୍ରାମାଞ୍ଚଳରେ ଟେଲିକମ ସେବାର ସମ୍ପ୍ରସାରଣ, ସ୍ବଦେଶୀ ଜ୍ଞାନକୌଶଳର ବିକାଶ ଏବଂ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ବିଏସଏନଏଲର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.