୧୮୯୬ କେଜି ଗଞ୍ଜେଇ ନଷ୍ଟ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଭୁବନେଶ୍ବର ଉପଜୋନ୍‌ ପକ୍ଷରୁ ୧ହଜାର ୮୯୬ କିଲୋ ୮୧୨ ଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି । ଓଡ଼ିଶାର ବିଭିନ୍ନ କୋର୍ଟରେ ପଞ୍ଜିକୃତ ୭ଟି ମାମଲାରେ ଜବତ ଏସବୁ ଗଞ୍ଜେଇକୁ ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟିର ଉପସ୍ଥିତିରେ ଖୋର୍ଦ୍ଧାର ସାନି କ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ ଠାରେ ଭସ୍ମିକରଣ ମାଧ୍ୟମରେ ନଷ୍ଟ କରାଯାଇଥିଲା । ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ, ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟି (ଆରଡିଡିସି) ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନସିବି କୋଲକାତା ଜୋନାଲ ୟୁନିଟର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ କୁମାର ସିଂ, ଡିଆରଆଇ, ଭୁବନେଶ୍ବର ଏବଂ ଡିଜିଜିଆଇ, ଭୁବନେଶ୍ବରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

୨୦୧୨ର ଅପରାଧିକ ଅପିଲ ସଂଖ୍ୟା ୬୫୨ (ଭାରତ ସରକାର ବନାମ ମୋହନଲାଲ ଓ ଅନ୍ୟମାନେ)ରେ ୨୮.୦୧.୨୦୧୬ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଦିଆଯାଇଥିବା ଆଦେଶକୁ ପାଳନ କରି ଖୋର୍ଦ୍ଧାସ୍ଥିତ ସାନି କ୍ଲିନ୍‌ ପ୍ରାଃ ଲିଃ ଠାରେ ୭ଟି ମାମଲା ସହ ଜଡ଼ିତ ନିଶାଦ୍ରବ୍ୟ ନଷ୍ଟ କରିବା ଲାଗି ଆରଡିଡିସି ପକ୍ଷରୁ ପ୍ରଥମେ ମାମଲା କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏହାପରେ ସମସ୍ତ ଆଇନଗତ ଔପଚାରିକତା ପୂରଣ କରାଯାଇ ଖୋର୍ଦ୍ଧାର ସାନି କ୍ଲିନ୍‌ ପ୍ରାଃ ଲିଃ ଠାରେ ନିଶାଦ୍ରବ୍ୟଗୁଡ଼ିକୁ ପୋଡ଼ି ନଷ୍ଟ କରି ଦିଆଯାଇଥିଲା । ନିଶାଦ୍ରବ୍ୟ ନଷ୍ଟ ପାଇଁ ଓଡ଼ିଶା ହାଇକୋର୍ଟ ଏସଓପି ଜାରି କରିବା ପରେ ପ୍ରଥମ ଥର ପାଇଁ ପ୍ରି-ଟ୍ରାଏଲ (ମାମଲାରେ ରାୟ ପ୍ରକାଶ ପୂର୍ବରୁ) ବର୍ଗରେ ନିଶାଦ୍ରବ୍ୟ ନଷ୍ଟ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.