ରାୟଗଡା ଜିଲ୍ଳାରେ ପ୍ରତିଷ୍ଠା ହେବ କି ସରକାରୀ ଆଇନ କଲେଜ

ଜୟପୁର, ବ୍ରହ୍ମପୁର,ଭୁବନେଶ୍ୱର ଉପରେ ନିର୍ଭର କରୁଛନ୍ତି ଛାତ୍ରଛାତ୍ରୀ

ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣେଇଲେ ରାୟଗଡା ଓ ଗୁଣପୁର ବିଧାୟକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜିଲ୍ଳା ଗଠନର ୩୦ବର୍ଷ ପୂର୍ତ୍ତି ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାରେ ଏକ ସରକାରୀ ଆଇନ କଲେଜ ସ୍ଥାପନା ଦିଗରେ ପ୍ରଚେଷ୍ଠା ହୋଇପାରିନାହିଁ । ଫଳରେ ରାୟଗଡା ଜିଲ୍ଳାର ଛାତ୍ରଛାତ୍ରୀମାନେ ଆଇନ ଶିକ୍ଷା ଗ୍ରହଣ ସହ ନିଜ ଆଇନ ବେଚଲର ଡିଗ୍ରୀ ପାଇବା ପାଇଁ ସୁଦୂର ଜୟପୁର, ବ୍ରହ୍ମପୁର, ଭୁବନେଶ୍ୱର ସ୍ଥିତ ଆଇନ କଲେଜଗୁଡିକ ଉପରେ ନିର୍ଭର କରୁଛନ୍ତି । ରାୟଗଡା ଜିଲ୍ଳାରେ ଗୋଟିଏ ଜିଲ୍ଳା ଅଦାଲତ, ୨ଟି ଅତିରିକ୍ତ ଜିଲ୍ଳା ଅଦାଲତ, ଗୋଟିଏ ଏସଡିଜେଏମ କୋର୍ଟ ସହ କାଶିପୁର ଓ ବିଷମକଟକରେ ଜେଏମଏଫସି କୋର୍ଟ, ଗୁଣପୁର ଠାରେ ଉପଖଣ୍ଡ ଦୈାରାଜଜ୍ ଓ ଅତିରିକ୍ତ ଜଜ୍‌ଙ୍କ କୋର୍ଟ ରହଛିି । ଯେହେତୁ ଜୟପୁର, ବ୍ରହ୍ମପୁର ଓ ଭୁବନେଶ୍ୱର ଆଦି ସୁଦୂର ସ୍ଥାନକୁ ଯାଇ ଆଇନ ଶିକ୍ଷା ଗ୍ରହଣ କରିବାରେ ଅନେକ ଆଦିବାସୀ ସଂପ୍ରଦାୟ ଛାତ୍ରଛାତ୍ରୀମାନେ ସମ୍ବଳ ଅଭାବରୁ ଆଇନ ଶିକ୍ଷା ପ୍ରତି ଇଚ୍ଛା ପ୍ରକାଶ କରି ମଧ୍ୟ ଓକିଲାତି କରିବାରୁ ବଂଚିତ ହେଉଛନ୍ତି । ରାୟଗଡା ଜିଲ୍ଳାରେ ୧୦ରୁ ଅଧିକ ଯୁକ୍ତ ୩ ମହାବିଦ୍ୟାଳୟ ରହିଥିବା ବେଳେ ଏଥିରୁ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ଆଇନ ଶିକ୍ଷା ଗ୍ରହଣ କରି ଓକିଲାତି କ୍ଷେତ୍ରରେ ନିଜର ଉଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ବେଳେ ରାୟଗଡା ଠାରେ ଏକ ସରକାରୀ ଆଇନ କଲେଜ ନ ଥିବାରୁ ଅନେକ ଛାତ୍ରଛାତ୍ରୀ ଆଇନ ଶିକ୍ଷା ଗ୍ରହଣ କରିବାରେ ଅସମର୍ଥ ହେଉଛନ୍ତି । ରାୟଗଡା ଜିଲ୍ଳା କେନ୍ଦ୍ର ସରକାରଙ୍କ ଆକାଂକ୍ଷି ଜିଲ୍ଳା ଭାବେ ପରିଗଣିତ ହେଉଥିବା ବେଳେ ଏହି ଜିଲ୍ଳାରେ ୩ଟି ବଡ ବଡ ଶିଳ୍ପାନୁଷ୍ଠାନ ରହିଛି । ଯାହାକୁ ଦୃଷ୍ଟିରେ ରଖିଲେ ଜିଲ୍ଳାରେ ଆଇନ ଶିକ୍ଷାର ଏକ ବିଶେଷ ଗୁରୁତ୍ୱ ରହିଥିବା ବେଳେ ସରକାରୀ ଆଇନ କଲେଜ ନ ଥିବା ଏକ ଚିନ୍ତାଜନକ ବିଷୟ ପାଲଟିଛି । ଏହି ପରିପ୍ରେକ୍ଷୀରେ ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ମକରନ୍ଦ ମୁଦୁଲି ଓ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରି ରାୟଗଡା ଜିଲ୍ଳାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାୟଗଡା ଠାରେ ଏକ ସରକାରୀ ଆଇନ କଲେଜ ସ୍ଥାପନା ଦିଗରେ ସଂପୃକ୍ତ ବିଭାଗର ଉଚ୍ଚ କର୍ତୁପକ୍ଷଙ୍କ ଦୃଷ୍ଟି ଆର୍କଷଣ କରିବା ପାଇଁ ଲିଖିତ ଭାବେ ଅନୁରୋଧ କରିଛନ୍ତି । ଏହି ପତ୍ର ପ୍ରଦାନ ବେଳେ ଡମ୍ବୁରୁ ମାଝି, ବିଧାୟକ ପ୍ରତିନିଧି ଦେବଗିରି ପଟ୍ଟନାୟକ, ଶଙ୍କର ପ୍ରସାଦ ଦୁରିଆ, ମୋହନ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.