ଆଜି ଉପରାଷ୍ଟ୍ରପତି ନିର୍ବାଚନ

ଜଗଦୀପ ଧନକର ଓ ମାର୍ଗାରେଟ୍ ଆଲଭାଙ୍କୁ ମଧ୍ୟରେ ଟକ୍କର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ୟୁପିଏ ପକ୍ଷରୁ ବରିଷ୍ଠ ନେତ୍ରୀ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ଗୋଳମାଳିଆ ପରିସ୍ଥିତି ପରେ ଏହି ନିର୍ବାଚନରେ ବିଭିନ୍ନ ଦଳର ସ୍ଥିତି ଅସ୍ପଷ୍ଟ ରହିଛି । ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ଭାଗ ନେବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଶୁକ୍ରବାର ହୋଇଥିବା ମୋଦୀ-ମମତା ସାକ୍ଷାତକୁ ରାଜନୈତିକ ବିଶ୍ଳେଷକମାନେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷରେ ଆପ, ଟିଆରଏସ, ଜେଏମଏମ ଆଦି ଦଳ ମାର୍ଗାରେଟଙ୍କୁ ସମର୍ଥନ ଘୋଷଣା କରିଥିବାବେଳେ ବହୁଜନସମାଜ ପାର୍ଟି ଧନକରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି । ଶିବସେନାରେ ବିଭାଜନ ହୋଇଥିବାରୁ କିଛି ସାଂସଦ ଏନଡିଏକୁ ଓ ଆଉ କିଛି ସାଂସଦ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ ଦେଇପାରନ୍ତି । ଏନଡିଏର ସହଯୋଗୀ ଦଳମାନେ ଧନକରଙ୍କୁ ଭୋଟ ଦେବାର ସମ୍ଭାବନା ଥିବାବେଳେ କେବଳ ଜେଡିୟୁର ଆଭିମୁଖ୍ୟକୁ ନେଇ ସଂଦେହ ଦେଖାଦେଇଛି । ଏହା ସତ୍ତ୍ବେ ଧନକରଙ୍କ ବିଜୟ ସମ୍ଭାବନା ସର୍ବାଧିକ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଦେଶର ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.