ସତ୍ୟନାରାୟଣ-ଶକୁନ୍ତଳା ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପେସନିଆ ଓ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ପେସନିଆଙ୍କ ସ୍ମୃତିରେ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡିଆଠାରେ ଏକ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବିଶ୍ୱନାଥପୁରର ମାଁ ହୀରାନୀଳା ଯୁବ ପ୍ରଗତି କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍ ଗୋପୀନାଥପୁର ଓ ପାଇକ ରାଣୀପିଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପାଇକ ରାଣୀପିଣ୍ଡା ଦଳକୁ ହରାଇ ଗୋପୀନାଥପୁର ୪-୦ ଗୋଲରେ ବିଜୟୀ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ଼ ଯୁବକ ସଂଘର ସଭାପତି ହିମାଦ୍ରୀ ପେସନିଆ, ସମାଜସେବୀ ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, କିଶୋର ହରପାଲ, ମହେନ୍ଦ୍ର କରୁଆଁ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ମ୍ୟାଚ୍ ପରିଚାଳନା କରିଥିଲେ ହୀରାନୀଳା ଯୁବ ପ୍ରଗତି କେନ୍ଦ୍ରର ମୁଖ୍ୟ କିଶୋର ଚନ୍ଦ୍ର ଘଡେଇ । ସେହିପରି ଅନ୍ୟ ଏକ ପ୍ରତିଯୋଗିତାରେ ଲାଞ୍ଜିଗଡ଼ ବ୍ଲକର ଚନ୍ଦନପୁର ଓ ଭବାନୀପାଟଣା ବ୍ଲକର ଦାଦପୁର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ପେନାଲଟି ସୁଟଆଉଟ ଜରିଆରେ ଚନ୍ଦନପୁର ଦଳ ବିଜୟୀ ହୋଇଥିଲା । ଏଥିରେ ଅତିଥି ଭାବେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ସମାଜସେବୀ ଅଚ୍ୟୁତ ଘଡେଇ, ତରୁଣ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । କିଶୋର ଘଡେଇଙ୍କ ସହିତ କିର୍ତ୍ତୀ ସାହୁ ଓ ସୁନୀଲ ବେହେରା ଖେଳ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.