ଭିଆରଆର ହୋଲିଷ୍ଟିକ ପକ୍ଷରୁ ସପ୍ତାହବ୍ୟାପୀ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ (ପବିତ୍ର ବେହେରା): ଇଲେକ୍ଟ୍ରୋନିକ ସହର ବେଙ୍ଗାଲୁରୁର ବିଶିଷ୍ଟ ସମାଜସେବୀ ଏବଂ ଭିଆରଆର ଟ୍ରଷ୍ଟର ସଂସ୍ଥାପକ ବିଜୟ ରାଘବ ରେଡ୍ଡିଙ୍କ ଜନ୍ମଦିବସ ଅବସରରେ ଏକ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଅଗଷ୍ଟ ୭ରୁ ଏହା ଆରମ୍ଭ ହୋଇଥିବାବେଳେ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଜନ ମଙ୍ଗଳ କାର୍ଯ୍ୟକ୍ରମକୁ ବିଜୟ ରାଘବ ରେଡ୍ଡି ପ୍ରତ୍ୟେକ ବର୍ଷ ଜାରି ରଖିବା ସହିତ ଏହି ଅଞ୍ଚଳବାସୀଙ୍କୁ ବିନା ମୂଲ୍ୟରେ ସ୍ଵାସ୍ଥ୍ୟ ସେବା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।ଭିଆରଆର ହୋଲିଷ୍ଟିକର ମ୍ୟାନଜେର ଆଜାହାର ବେଲଭାଙ୍କି, ଡକ୍ଟର ଅଙ୍କନ ଦାସ, ଡକ୍ଟର ନୀତୁ, ସହଯୋଗୀ ଚନ୍ଦନ ପାତ୍ର ଓ ପବିତ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଏହି ଜନମଙ୍ଗଳ କାର୍ଯ୍ୟ ସହିତ ଜନ୍ମଦିବସ ପାଳିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.