ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଗୀତରେ କମ୍ପିଲା ଧର୍ମଗଡ଼ ସହର

ଧର୍ମଗଡ଼ରେ ବିଶ୍ୱ ଆଦିବାସୀ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସହର ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ସମାବେଶରେ ସମଗ୍ର କଳାହାଣ୍ଡିର ଶହ ଶହ ଆଦିବାସୀ ଏକତ୍ରିତ ହୋଇଥିଲେ। ଧର୍ମଗଡ଼ ସ୍ଥିତ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ। ଆଦିବାସୀ ମାନଙ୍କ ନିଆରା ନୃତ୍ୟ ଗୀତ ସହ ହାତରେ ଖଣ୍ଡା, ଧନୁତୀର, ଟାଙ୍ଗିଆ ପରି ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରାରେ ସମଗ୍ର ସହର ପ୍ରକମ୍ପିତ ହୋଇଉଠିଥିଲା। ନିକଟ ଅତୀତରେ ଆଦିବାସୀ ସମ୍ପ୍ରଦାୟରର ଜଣେ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦ ମହାମହିମ ରାଷ୍ଟ୍ରପତି ଭାବରେ ଆସୀନ ହୋଇଥିବାରୁ ବିଶ୍ବ ଆଦିବାସୀ ଦିବସରେ ଖୁସି ବହୁଗୁଣିତ ହୋଇଥିବା ଦେଖାଯାଇଛି।ଆଦିବାସୀଙ୍କ ଆଦିମ କାଳର କଳାକୃତି, ନୃତ୍ୟ, ସଂଗୀତ, ଐତିହ୍ୟ, ପରମ୍ପରା ଆଦିକୁ ଅଗାମୀ ଦିନରେ ମଧ୍ୟ ବଞ୍ଚାଇ ରଖିବାକୁ ଏଥିରେ ଆହ୍ବାନ ଦିଆଯାଇଥିଲା। ଶୋଭାଯାତ୍ରା ସାରି ବିଜୁକଲ୍ୟାଣ ମଣ୍ଡପରେ ସମସ୍ତେ ଏକତ୍ରିତ ହୋଇ ଧୁମଧାମରେ ବିଶ୍ବ ଆଦିବାସୀ ଦିବସ ପାଳନ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.