ଖଳିଆପାଲିଠାରେ ଯୁବ କଂଗ୍ରେସର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଳିଆପାଲି ଗ୍ରାମଠାରେ ଯୁବ କଂଗ୍ରେସର ୬୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ଶ୍ରୀ ମଙ୍ଗରାଜ ଯୁବ କଂଗ୍ରେସର ପତକା ଉତ୍ତୋଳନ କରି ଯୁବ କଂଗ୍ରେସର ପ୍ରତିଷ୍ଠା ଓ ବର୍ତ୍ତମାନ ସମୟରେ ଯୁବ କଂଗ୍ରେସର ଭୂମିକା ବିଷୟରେ ଉପସ୍ଥିତ ଥିବା ଯୁବ କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମୀମାନଙ୍କୁ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୁ ଜାଲ, ଯୁବ କଂଗ୍ରେସ ନେତା ଦେବରାଜ ଭାଟି, ପୂର୍ଣ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.