ଗଣଶିକ୍ଷା ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଓଏସ୍ଇଏଫଡ଼ି ସଂଘ କାର୍ଯ୍ୟକର୍ତ୍ତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ସଂଘ। ରକ୍ଷା ବନ୍ଧନ ଓଡିଶା ସମେତ ଦେଶର ଏକ ମହାନ ପର୍ବ। ନିଜର ସୁରକ୍ଷା କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ଭାଇ ମଧ୍ୟ ଜୀବନସାରା ଭଉଣୀର ରକ୍ଷା କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥାଏ। ଆଜି ପବିତ୍ର ରକ୍ଷାବନ୍ଧନ ପର୍ବର ଶୁଭ ଅବସରରେ ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ସର୍ବଦା ଚ଼େଷ୍ଟିତ ସଂଘ ‘ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ’ ତରଫରୁ ରାଜ୍ୟ ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଂଜନ ସାମନ୍ତରାୟ, ସହ କୋଷାଧ୍ୟକ୍ଷ ରାକେଶ କୁମାର ସାହୁ ଏବଂ ଭାଗ୍ୟଶ୍ରୀ ସାହୁଙ୍କ ସମେତ ସଦସ୍ୟାମାନେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ରାକ୍ଷୀ ବାନ୍ଧିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.