କୋକସରାଠାରେ ବିଜେପି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭାରତ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ସାରା ଭାରତରେ ପ୍ରତେକ ଘରେ ତ୍ରିରଙ୍ଗା ପତାକା ଲଗାଇ ଅମୃତ ମହୋତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ବିଜେପି ପକ୍ଷରୁ କୋକସରା ଠାରେ ଏକ ପ୍ରସ୍ତୁତି ବୈଠକ କରିବା ସହ କୋକସରା ନଗରପରିକ୍ରମା କରି ପ୍ରତିଟି ଘରେ ତ୍ରିରଙ୍ଗା ପତାକା ଲଗାଇ ସ୍ୱାଧୀନତା ର ଅମୃତ ମହୋତ୍ସବ କୁ ପାଳନ କରିବା ପାଇଁ ସଂଦେଶ ଦେଇଥିଲେ । ଏହି ପସ୍ତୁତି ବୈଠକ ତଥା ସଂଦେଶ ଯାତ୍ରାରେ କଳାହାଣ୍ଡି ବିଜେପି କାର୍ଯ୍ୟକାରୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା , ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପଣ୍ଡା, ଧର୍ମଗଡ ନଗର ସଭାପତି ହରେକୃଷ୍ଣ ପଣ୍ଡା, ସାଂସଦ ପ୍ରତିନିଧି ସୁଧିର ପାତ୍ର, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନି, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ସମେତ ଅନେକ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.