ବାଲ ଗୋପାଲ ସେବା ନିକେତନରେ ରକ୍ଷା ବନ୍ଧନ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବାଲ ଗୋପାଲ ସେବା ନିକେତନ ପରିସରରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି କଳାହାଣ୍ଡିର ସଦସ୍ୟା ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ବ୍ରାହ୍ମଣ ସମାଜ ମହିଳା ଶାଖା ପ୍ରଜ୍ଞାବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗି, ସମ୍ମାନୀତ ଅତିଥି ଭାବରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର ଭବାନିପାଟଣାର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ ମାଣିକେଶ୍ଵରୀ ମଲ୍ଟି ସ୍ପିସିଆଲିଷ୍ଟ ହସ୍ପିଟାଲ ଭଉଣୀ ନିତୁ ଅଗ୍ରୱାଲ ଯୋଗଦାନ କରି ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନର ବିଶେଷତ୍ଵ ଉପରେ ଆଲୋକପାତ କରିଥିଲେ। ଅନ୍ତେବାସୀ ସିଦ୍ଧାନ୍ତ ଧଙ୍ଗଡାମଝୀ, ପଞ୍ଚାନନ ଗୌଡ, ବାବୁଲି ମାଝୀ ପ୍ରମୁଖ ମଧ୍ୟ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥଲେ। ସଭାକାର୍ଯ୍ୟ ଆରମ୍ଭରେ ଅନୁଷ୍ଠାନ ଶିଶୁମାନେ ପ୍ରାରମ୍ଭିକ ସଙ୍ଗୀତ ଓ ଶେଷରେ ସମାପନ ସଙ୍ଗୀତ ପରିବେଷଣ କରିଥିଲେ। ସଭା ଶେଷରେ ରକ୍ଷା ବନ୍ଧନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ପରିଚାଳନା କରିଥିବାବେଳେ ଶେଷରେ ଅନୁଷ୍ଠାନର ପରିଚାଳକ ପିଣ୍ଟୁ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.