ହର୍ ଘର୍ ତ୍ରିରଙ୍ଗା: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦେଶର ୭୫ତମ ସ୍ବାଧିନତା ଦିବସ ପାଳନ ଅବସରରେ ଦେଶ ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ। ମୋଦୀ ସରକାରଙ୍କ ଆହ୍ବାନରେ ଆୟୋଜିତ ହେଉଛି ଘର୍ ଘର୍ ତ୍ରିରଙ୍ଗା ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ଲାଗି ପଡିଛନ୍ତି। ଏହି କ୍ରମରେ କଳାହାଣ୍ଡି ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁଙ୍କ ନେତୃତ୍ବରେ ଏକ ମୋଟେର ସାଇକେଲ ରେଲି କୋକସରା ବ୍ଲକ ମୋଟେର ଛକରୁ ବାହାରି କୋକସରା, ଲଡୁଗାଁ, ଆମପାଣିରେ ପହଞ୍ଚିଛି। ଆମପାଣି ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ବାଇକ ରାଲି ଧର୍ମଗଡ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବାଇକ ରାଲିରେ କଲମପୁର, କୋକସରା, ଧର୍ମଗଡ ବ୍ଲକର ଯୁବମୋର୍ଚା କର୍ମକର୍ତ୍ତା ଯୋଗଦେଇ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ପତାକାକୁ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଘର ଅଗଣାରେ ଉଡାଇବାକୁ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ନବରଙ୍ଗପୁର ପ୍ରଭାରି ହିମାଂଶୁ ପଣ୍ଡା, ଅପ୍ରେସ ସ୍ୱାଇଁ, ଧର୍ମଗଡ ନଗର ପ୍ରଭାରୀ ହରେକୃଷ୍ଣ ପଣ୍ଡା, ଦୁର୍ଗା ପ୍ରଧାନୀ, ଅର୍ଜୁନ ଭାଟି, ସ୍ଵୟମ୍ବର ବାଗ, ତ୍ରିନାଥ ଶବର, ମଧୁବନ ପାତ୍ର, ବିଭୁଦତ୍ତ ପ୍ରଧାନୀ ସମେତ ଶତାଧିକ ସଂଖ୍ୟକ ଭାଜପାର ଯୁବ କର୍ମକର୍ତ୍ତା ସାମିଲ ରହିଥିଲେ। କୋକସରା ବ୍ଲକରେ ବାଇକ ରାଲିକୁ ସମସ୍ତ ବର୍ଗର ଲୋକମାନେ ସ୍ୱାଗତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.