ମାନବୀୟ ମୂଲ୍ଯବୋଧର ପରିଚୟ କରାଏ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କୃତି

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ଯରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ତମ ଜନ୍ମଜୟନ୍ତୀ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମାରୋହରେ ପାଳିତ ହୋଇଯାଇଛି l ସମିତିର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ମୁଖ୍ଯବକ୍ତା ଭାବରେ କେନ୍ଦୁଝର ବିଶ୍ୱବିଦ୍ଯାଳୟର ଭାଷା ଓ ସାହିତ୍ଯ ବିଭାଗ ମୁଖ୍ଯ ପ୍ରଫେସର ବବୃବାହନ ମହାପାତ୍ର ଯୋଗ ଦେଇଥିଲେ l ସେହିଭଳି ସମ୍ମାନିତ ଅତିଥି ଭାବରେ ବ୍ଲକ ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ହରିଶ୍ଚଂଦ୍ର ବେହେରା, ଓଡ଼ିଶା ସାହିତ୍ଯ ଏକାଡ଼େମୀ ସଦସ୍ଯା ସୁରେଶ୍ୱରୀ ବାଘ ଓ କ୍ରାନ୍ତିକବି ହରିଲାଲ ସାହୁ ଉପସ୍ଥିତ ରହି କବି ଗଙ୍ଗାଧରଙ୍କ ସୃଷ୍ଟି ମାନବୀୟ ମୂଲ୍ଯବୋଧର ପରିଚୟ କରାଏ ବୋଲି ମତବ୍ଯକ୍ତ କରିଥିଲେ l ପ୍ରାରମ୍ଭରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତୁଳସୀରାମ ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଏହା ପରେ କବିଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l କଣ୍ଠଶିଳ୍ପୀ ବଂଶୀଧର ଜଗତ ଓ ଦୀପକ ସାଙ୍କ ତତ୍ୱାବଧାନରେ ସିନାପାଲି ହାଇସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ l ଏହା ପରେ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ l ଏହି ଅବସରରେ ପ୍ରସିଦ୍ଧ କବି ଭବାନୀଶଙ୍କର ନିଆଲ ଏବଂ ଯୁବ ସାହିତ୍ଯିକ ଗୌରାଙ୍ଗ କୁମାର ସାହୁଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ୱର୍ଦ୍ଧନା କାର୍ଯ୍ଯକ୍ରମକୁ ଲଳିତ କୁମାର ସୁନାରୀ ପରିଚାଳନା କରିଥିବା ବେଳେ ହରେଶ ମେହେର ଓ ଗୌତମ ମେହେର ମାନପତ୍ର ପାଠ କରିଥିଲେ l ଶେଷରେ ସଂପାଦକ ତରୁଣକୁମାର ମେହେର ଧନ୍ଯବାଦ ଦେଇଥିଲେ l ଏ ଅବସରରେ ପୁର୍ବାହ୍ନରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କବିତା ଆସରରେ ମୁଖ୍ଯଅତିଥି ଭାବରେ ନୂଆପଡ଼ା ବିଇଓ ହେମସାଗର ମହାନନ୍ଦ ଓ ସମ୍ମାନିତ ଅତିଥି ଭାବରେ ସିନାପାଲି ବିଇଓ ଚୈତନ୍ଯ ହୋତା, ଜିଲ୍ଲାପରିଷଦ ସଭ୍ଯା ଆଶା ଜୈନ, ସରପଂଚ ସୁନୀତା ମେହେର, ସମିତିସଭ୍ଯ ମନିଷ କୁମାର ପଟେଲ ଓ ସିନାପାଲି ନାଗରିକ କମିଟି ଅଧ୍ଯକ୍ଷ ଡମ୍ବରୁଧର ମେହେର ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମ ଅଧିବେଶନରେ ଶିବପ୍ରସାଦ ମେହେର ସ୍ବାଗତ କରିଥିବା ବେଳେ ଲଳିତ କୁମାର ସୁନାରୀ ଏବଂ ଧୃବଚରଣ ପଧାନଙ୍କ ସଂଯୋଜନାରେ ଜିଲ୍ଲା ଓ ଜିଲ୍ଲା ବାହାରର ପ୍ରାୟ ଚାଲିଶ ଜଣ କବିକବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l ନିଲାଂଚଳ ମେହେର ଧନ୍ଯବାଦ ଦେଇଥିଲେ ।କାର୍ଯ୍ଯକ୍ରମରେ ନୂଆପଡ଼ା, କଳାହାଣ୍ତି ଜିଲ୍ଲା ସମେତ ଅଂଚଳର ଶତାଧିକ ସାହିତ୍ଯ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.