ପୁଃନ ନିଯୁକ୍ତି ଦାବିରେ ବିଇଓଙ୍କୁ ପ୍ରେରକ ସଂଘର ଦାବୀ ପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ଉତ୍କେଲା/ କେସିଙ୍ଗା (ଅର୍ଜୁନ ପୋଢ/ ମଧୁସୂଦନ ଠାକୁର): କେସିଙ୍ଗା ବ୍ଳକ ସ୍ଵାକ୍ଷର ଭାରତ ମିଶନରେ କାର୍ଯ୍ୟ କରିଥିବା ପ୍ରେରକ ସଂଘ ପକ୍ଷରୁ ପୁନଃ ନିଯୁକ୍ତି ଦାବି ହୋଇଛି। ସଂଘର ସଭାପତି ସୁରେଶ ଚନ୍ଦ୍ର ମେହେରଙ୍କ ନେତୃତ୍ଵରେ କର୍ମକର୍ତ୍ତାମାନେ କେସିଙ୍ଗା ବିଇଓ ବବୃ ବାହାନ ପ୍ରଧାନଙ୍କୁ ଏନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ ଜିଲ୍ଲା ସ୍ଵାକ୍ଷରତା ମିଶନ ପକ୍ଷରୁ ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଅଣ ସ୍ଵାକ୍ଷରଙ୍କୁ ସ୍ଵାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲା । ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣ ସ୍ଵାକ୍ଷର ମାନଙ୍କୁ ସ୍ଵାକ୍ଷର କରିବା ସହ ସ୍ଵଛ ଭାରତ ମିଶନ ସର୍ଭେ , ବିପିଏଲ ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରୁଥିଲେ I ୨୦୧୮ ରୁ କାର୍ଯକ୍ରମ ବନ୍ଦ ଥିବାର ସେଥିରେ କାର୍ଯ୍ୟରତ ପ୍ରେରକ ହାତ ବାନ୍ଧି ବସି ରହିଛନ୍ତି | ପ୍ରେରକ ସଂଘର ସମ୍ପାଦକ କିଶନ ମୁଗ୍ରି , ଜଗତ ରାମ ସାହୁ, ମନୋଜ ବଗର୍ତ୍ତି, ଲିଙ୍ଗରାଜ ହେର୍ଣ୍ଣା, ଶେଷଦେବ ତାଣ୍ଡି, ଜଗଦିଶ ଗଉଡ, ଗିରିଜା ଭୋଇ, ଶୈଳବାଳା ବାଗ, ସୌଭାଗ୍ୟ ଭୋଇ, ସୁପ୍ରଭା କହ୍ନେଇ ଗାୟତ୍ରୀ ଶବର, ଭାରତି ମାଝୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଦାବୀ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.