ସିନାପାଲିରେ ଓଡ଼ିଶା ସାହିତ୍ଯ ଏକାଡ଼େମୀ ପକ୍ଷରୁ କବିତା ପାଠ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ଆନୁକୂଲ୍ଯରେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ସାହିତ୍ଯ ଏକାଡ଼େମୀ ତରଫରୁ ସିନାପାଲି ଠାରେ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ସୋମବାର ଅନୁଷ୍ଠିତ ହୋଇଛି । ଏକାଡ଼େମୀର ନୂଆପଡ଼ା ଜିଲ୍ଲା ପ୍ରତିନିଧି ସୁରେଶ୍ୱରୀ ବାଘ ଏବଂ ଆୟୋଜକ ଦାୟିତ୍ୱରେ ଥିବା ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ୱାବଧାନରେ ଅୟୋଜିତ ଏହି ଆସରରେ ଅତିଥି ଭାବରେ ଆଦର୍ଶ ଶିକ୍ଷକ ତୁଳସୀରାମ ମେହେର, ଆଇନଜୀବୀ ବୈଶମ୍ପାୟନ ମେହେର, ସମାଜସେବୀ ସୁବ୍ରତ ଠାକୁର, ଅଧ୍ଯାପକ ନବୀନଚଂଦ୍ର ମେହେର ପ୍ରମୁଖ ଯୋଗଦେଇ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସାହିତ୍ଯ ଏକାଡ଼େମୀର ଏଭଳି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆରମ୍ଭରେ ଶିବପ୍ରସାଦ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ କବି ଲଳିତ କୁମାର ସୁନାରୀଙ୍କ ସଂଯୋଜନାରେ ଧୄବଚରଣ ପଧାନ, ସତ୍ଯବ୍ରତ ଗହିର, ଲୋଚନ ମେହେର, ବଂଶୀଧର ଜଗତ, ପ୍ରେମାନନ୍ଦ ମେହେର,ଡିସମ୍ୱର ମେହେର, ବିଜୟ କୁମାର ଯୋଷୀ, ଭ୍ରମରବର ବାଗ, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଗୌତମ ମେହେର, ମୁରଲୀଧର ସା, ହରେକୃଷ୍ଣ ମେହେର, ଚୂଡ଼ାମଣି ମେହେର, ନିକୁଞ୍ଜ ବିହାରୀ ସା, ତରୁଣ କୁମାର ମେହେର, କମଳଜିତ ବୈକାର, ଗଣପତି ବାଗ, ପରେଶନାଥ ପାଣିଗ୍ରାହୀ, ଶିବପ୍ରସାଦ ମେହେର, ରଶ୍ମୀରଂଜନ ସା ପ୍ରମୁଖ କବିକବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ବଂଶୀଧର ଜଗତ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.