ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ : ସର୍ବେଶ୍ୱର ସଭାପତି, ଗଦାଧର ସମ୍ପାଦକ

ସୋନପୁର,୩୧/୩ : ରାଜ୍ୟ ଓକିଲ ସଂଘର ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ସଂଘର ସଭାପତି ପଦ ପାଇଁ ସର୍ବେଶ୍ୱର ପୁରୋହିତ, ବିଧାନଚନ୍ଦ୍ର ପାଣିଗ୍ରାହୀ ଓ ସନ୍ତୋଷ ମେହେର ପ୍ରତିଦ୍ୱନ୍ଦିତା କରିଥିଲେ । ଏଥିରେ ସଂଘର ବରିଷ୍ଠ ଓକିଲ ସର୍ବେଶ୍ୱର ପୁରୋହିତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଧାନ ଚନ୍ଦ୍ର ପାଣିଗ୍ରାହୀଙ୍କୁ ପରାସ୍ତ କରି ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଶ୍ରୀ ପୁରୋହିତ ୮୩ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ପାଣିଗ୍ରାହୀ ୭୨ ଖଣ୍ଡ ଓ ଶ୍ରୀ ମେହେର ମାତ୍ର ୧୦ ଖଣ୍ଡ ଭୋଟ ପାଇଥିଲେ । ସେହିପରି ସଂଘର ସଂପାଦକ ପଦ ନିର୍ବାଚନରେ ଗଦାଧର ନେଗୀ ତାଙ୍କ ଏକମାତ୍ର ପ୍ରତିଦ୍ୱନ୍ଦି ପ୍ରଫୁଲ୍ଲ କୁମାର ସାହୁଙ୍କ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ଶ୍ରୀ ନେଗୀ ମୋଟ ୯୨ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ସାହୁ ୬୮ ଖଣ୍ଡ ଭୋଟ ପାଇଥିଲେ । ସେହିରି ସଂଘର ଉପ ସଭାପତି ଭାବରେ ବ୍ରଜେନ୍ଦ୍ର କୁମାର ବିଶି, ଯୁଗ୍ମ
ସଂପାଦକ (ଫର୍ମ ଏଣ୍ଡ୍ ଏକାଉଣ୍ଟ) ପାଇଁ ଅଜିତ କୁମାର ବାରିକ ଓ ଯୁଗ୍ମ ସଂପାଦକ (ଲାଇବ୍ରେରୀ)ରେ ସଞ୍ଜିତ କୁମାର ଝାଙ୍କର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବରେ ମନୋଜ କୁମାର ବିଶି ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଏହା ସହିତ ବିନାୟକ ରଥ, ତିର୍ଥବାସୀ ପଣ୍ଡା ଓ ମଧୁସୂଦନ ପ୍ରଧାନ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନିତ ହୋଇଥିଲେ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ହିମାଂଶୁ ଭୂଷଣ ନାୟକ ଓ ଲକ୍ଷ୍ମୀନ୍ଦ ବେଜ ପ୍ରମୁଖ ପରିଚାଳନା କରିଥିଲେ । ପରେ ଅନୁଷ୍ଠିତ ସାଧାରଣ ବୈଠକରେ ସଂଘର ପୂର୍ବତନ ସମ୍ପଙ୍କଦକ ରାଜେନ୍ଦ୍ର ଅଗ୍ରୱାଲ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ନବନିର୍ବାଚିତ ସମ୍ପଙ୍କଦକଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.