ବିଶ୍ବନାଥପୁର ଠାରେ ସ୍ଥାପିତ ହେଲା ବାବା ସାହେବ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

ସଫଳ ରୂପ ନେଲା ମିଶନ ଅଗଷ୍ଟ ପନ୍ଦର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ୭୬ ତମ ସ୍ବାଧିନତା ଦିବସ ଦିନ ବିଶ୍ବରତ୍ନ ବାବା ସାହେବ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ସହ ବିଶ୍ୱ ମାନବିକତାବାଦର ପ୍ରତିଷ୍ଠାତା ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତି ସ୍ଥାପନ ଏହି ଆଦିବାସୀ ଗିରିଜନ ଓ ଦଳିତଙ୍କ ଆଦି ଭୁମିରୁ ସାରା ବିଶ୍ୱକୁ ଏକ ଅନନ୍ୟ ବାର୍ତ୍ତା ପ୍ରଦାନ କରିଛି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବାସାହେବଙ୍କ ପ୍ରତିମୂର୍ତି ସ୍ଥାପନ ଏକ ଐତିହାସିକ ନିଷ୍ପତ୍ତି। ଏକ ନିଆରା ପଦକ୍ଷେପ। ବାବାସାହେବ ଆମ୍ବେଦକର ଏକ ଦଳିତ ପରିବାରରୁ ଜନ୍ମଲାଭ କରି ସାରା ବିଶ୍ୱକୁ ନ୍ୟାୟ, ସମାନତାର ଅଧିକାର ଦେବାରେ ହେଉଛନ୍ତି ଅଗ୍ରଗଣ୍ୟ। ତେବେ ବାବାସାହେବ କେବଳ ଦଳିତଙ୍କ ଉଦ୍ଧାରକର୍ତ୍ତା ନୁହଁନ୍ତି। ସାରା ଦେଶର ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ବିଶ୍ୱର ସର୍ବବୃହତ ଗ୍ରନ୍ଥ ସମ୍ବିଧାନ ଲେଖିବା ସହିତ ଏହାକୁ ଲାଗୁ କରାଇବାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ସବୁ ଜାତି ଓ ଧର୍ମର ଉର୍ଦ୍ଧ୍ୱରେ ଆମ୍ବେଦକର ଓ ଆମ୍ବେଦକରବାଦ ମାନବବାଦର ସନ୍ଦେଶ ଦେଉଥିବାରୁ ଏହାକୁ ଗ୍ରାମାଞ୍ଚଳରେ ପ୍ରସାର କରିବା ସହିତ ସାମ୍ବିଧାନିକ ଅଧିକାର ଜାଗ୍ରତ କରାଇବା ପାଇଁ ବାବାସାହେବଙ୍କ ପ୍ରତିମୂର୍ତ୍ତି ସହାୟକ ହେବ। ବାବାସାହେବଙ୍କ ପ୍ରତିମୂର୍ତ୍ତି ଆମକୁ ସାମ୍ବିଧାନିକ ହକ୍ ଓ ଅଧିକାରର ବାର୍ତା ଦେବା ସହିତ ଆମକୁ ମାନବବାଦର ରାସ୍ତା ଦେଖାଇବ ବୋଲି ଅଗଷ୍ଟ ୧୫ ଦେଶର ୭୬ତମ ସ୍ବାଧୀନତା ଦିବସ ଅବସରରେ ବିଶ୍ୱନାଥପୁରଠାରେ ବାବାସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।


ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ସମ୍ମାନିତ ବକ୍ତା ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ, ସଂପାଦକ ଶ୍ରୀବତ୍ସ ତାଣ୍ଡି, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁୁମାର ଘଡେଇ, ସମାଜସେବୀ ଶ୍ରୀଧର ପେସନିଆ, ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ସରପଞ୍ଚ ସଂଘ ସଭାପତି ସାନ୍ଦୁ ମାଝୀ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଦସ୍ୟ ଅଜିତ ପ୍ରଧାନୀ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଆଦିବାସୀ ନେତା ଚାଞ୍ଚେର ମାଝୀ, ବିଶିଷ୍ଟ ଯାଦବ ନେତା ରଘୁବୀର ନାଗ ପ୍ରମୁଖ ଯୋଗ ଦେଇଥିଲେ ।


ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ ବ୍ଲକ ସଭାପତି ଜଗଦୀଶ ବେନିଆଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଯୁବ ପ୍ରଶାସକ ତଥା ମିଶନ ଅଗଷ୍ଟ ପନ୍ଦରର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯୁବ ସମାଜସେବୀ ସୁଶୀଲକୁମାର ବାଗ ବିବରଣୀ ପଠନ କରିଥିଲେ। ସମାଜସେବୀ ଗୋପାଳଦାସ ମହାନନ୍ଦ ଓ ବିଭୂତିଭୂଷଣ ତାଣ୍ଡି ସଭା ପରିଚାଳନା କରିଥିବାବେଳେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।


କାର୍ଯ୍ୟକ୍ରମ ପରିଚାଳନାରେ ତରୁଣ କୁମାର ଦାସ, କିଶୋର ହରପାଲ, ପିତାମ୍ବର ହେମ୍ବ୍ରମ, ସ୍ମିତା ବିଶ୍ୱାଳ, ମନରଞ୍ଜନ ବିଶି,ନିଲେଶ କୁମାର ନାଗ, ଜକସନ ସାହୁ, ପଦ୍ମଲୋଚନ ସୁନା, ମହେନ୍ଦ୍ର କରୁଆଁ, ମଧୁସୂଦନ ବାଗ, ପ୍ରମୋଦ ଗୋୟଲ, ନୀର ରାଉତ, ରାଜୀବ ପୃଷ୍ଟି, ପୁରୁଷୋତ୍ତମ ପାଣି, ଗୋପବନ୍ଧୁ ପଧାନ, ମୂରଲୀ ନାଏକ, ଚନ୍ଦ୍ରମଣି ନାଏକ, ଗୀତା ହରପାଲ, ତୁଳସୀ ମାଝୀଙ୍କ ସମେତ ବିଭିନ୍ନ ସାମାଜିକ, ରାଜନୈତିକ ଓ ଯୁବ ସଂଗଠନ ତଥା ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶ୍ୱନାଥପୁର ପୁଲିସ ପକ୍ଷରୁ ବୁଦ୍ଧରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀଙ୍କ ନେତୃତ୍ୱରେ ପୁଲିସବାହିନୀ ଓ କିଶୋର କୁମାର ଘଡେଇଙ୍କ ନେତୃତ୍ୱରେ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଭର ସ୍କାଉଟମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.