କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ସ୍ବଚ୍ଛତା ପକ୍ଷ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ସ୍ବଚ୍ଛତା ପକ୍ଷ ସପ୍ତାହ ପାଳିତ ହୋଇଯାଇଛି। ସଂଘର ସଭାପତି ତୁଳାଚନ୍ଦ୍ର ପୋଡଙ୍କ ନେତୃତ୍ବରେ ସମସ୍ତେ ମିଶି ଗାଁ ଦାଣ୍ଡ, ନଳକୂପ, ପଞ୍ଚାୟତ ପରିସର, ସ୍କୁଲ ପରିସର ସଫା କରିବା ସହିତ ଲୋକମାନଙ୍କୁ ସଚେତନ କରିଥିଲେ ଓ ପରେ ସମସ୍ତେ ମିଶି ବୃକ୍ଷ ରୋପଣ କରିଥିଲେ।

ଏଥିରେ ସଂଘର ସମ୍ପାଦକ ଲିଙ୍ଗରାଜ ପୋଡ, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଡ, ରାହୁଲ ପୋଡ, ନିର୍ମାଲ୍ଯ ବାଗ, ସୁରୁ ପୋଡ, ଛତ୍ରପତି ଛତ୍ରିଆ, ସୋନୁ ଛତ୍ରିଆ, ଗୁଣ ଛତ୍ରିଆ, ରାଜୁ ବାଗ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସଂଘର ସମସ୍ତ ସଦସ୍ଯ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.