ଲଗାଣ ବର୍ଷାରେ ଭାଙ୍ଗିଲା ଘର: ବେସାହାରା ଦୁଇ ପରିବାର, ପର ଘରେ ନେଉଛନ୍ତି ଆଶ୍ରୟ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଲଘୁଚାପ ପ୍ରଭାବରେ ୪ଦିନ ଧରି ହୋଇଥିବା ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି। କେସିଙ୍ଗା ବ୍ଲକରେ ମଧ୍ୟ ଚାଷବାସ ନଷ୍ଟ ହେବାସହ ଅନେକ ଝାଟିମାଟି ଘର ଭାଂଗି ଯାଇଥିବା ଦେଖାଯାଇଛି। ଏହି ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ଜଗତ ରଣା ଓ ଚିତ୍ରସେନ ମାଝୀଙ୍କ ମାଟି ଘର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ଅଳ୍ପକେ ପରିବାର ଲୋକେ ବର୍ତି ଯାଇଥିବା ବେଳେ ସେମାନେ ବେଘର ହୋଇ ଯାଇଛଂତି। ଏମାନେ ଏବେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଉଛନ୍ତି। ଏହି ଦୁଇ ପରିବାରର ଦୁର୍ଦ୍ଦିନ ସମୟରେ ଯୁବ ସମାଜସେବୀ ମହିପାଳ ପୋଡ଼ ସେମାନଙ୍କ ପାଖରେ ପହଂଚି ପର୍ଥଲା ସରପଂଚ ଗୀତାଜଂଳି ଖର୍ସେଲଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଏହି ଦୁଇ ପରିବାରକୁ ପଲିଥିନ ଓ ଆବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.