ଗୋପବନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ୱଛତା ପଖଓ୍ବାଡା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ଗୋପବନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପାଲସିପଡା ମିଳିତ ଉଦ୍ୟମରେ ସ୍ୱଛତା ପଖଓ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ବ୍ଲକର ପାଲସିପଡା କ୍ଲବ ପରିସରରେ ଏନେଇ ଆୟୋଜିତ ସଫେଇ କାର୍ଯ୍ୟକ୍ରମ କ୍ଲବର ସଭାପତି ଓ ସମ୍ପାଦକଙ୍କ ତତ୍ବାବଧାନରେ  ସମ୍ପାଦିକ ହୋଇଥିଲା। କ୍ଲବର ସମସ୍ତ ସଦସ୍ୟ, ନେହେରୁ ଯୁବକେନ୍ଦ୍ର ଓ ଗ୍ରାମବାସୀଙ୍କ ସହଯୋଗରେ କ୍ଲବ ପରିସର ସଫେଇ କରାଯାଇଥିଲା। ପରେ ରାସ୍ତା କଡରେରେ ଉଠିଥିବା ଅନାବନା ଘାସ ମଧ୍ୟ ସଫା କରାଯାଇଥିଲା। ଏଥିରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ସ୍ବେଛାସେବୀ ଅଭିଷେକ ବେହେରା ଓ ଯଶୋବନ୍ତ ରଣା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.