ଚପ୍ରିଆ ଗ୍ରାମରେ ଭାଲୁ ଆକ୍ରମଣ, ଜଣେ ବ୍ୟକ୍ତି ଗୁରୁତର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ସକାଳ ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଆଜି ସକାଳ ସମୟରେ ଚପ୍ରିଆ ଗ୍ରାମର କହ୍ନେଇ ଚନ୍ଦନ (୫୦) ସ୍ଥାନୀୟ ବିଶିପୂର୍ଣ୍ଣ ଜଙ୍ଗଲକୁ ଛେଳି ଚରାଇ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା । ଭାଲୁ ତାଙ୍କୁ ଗୁପ୍ତାଙ୍ଗକୁ କାମୁଡି ଧରିଥିବା ବେଳେ ସେ ଯୋରରେ ପାଟି କରିବାରୁ ସଙ୍ଗରେ ଯାଇଥିବା ଜଣେ ବ୍ୟକ୍ତି ଭାଲୁକୁ ଏକ ଠେଙ୍ଗାରେ ପିଟିବାରୁ ଭାଲୁ ତାଙ୍କୁ ଛାଡି ଚାଲିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ସମୟରୁ ଧାନ ଅମଳ ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକରେ ଭାଲୁ ଆକ୍ରମଣରେ ଅନେକ ଲୋକ ଶିକାର ହେଇଥାନ୍ତି ଏଣୁ ଜଙ୍ଗଲ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସାଧାରଣ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.