ପୁରୁଣା ପେନସନ ଲାଗୁ କରିବା ଦାବିରେ ଏନଏମଓପିଏସ କଳାହାଣ୍ଡି ଶାଖା ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ପ୍ରାଥମିକ ଶିକ୍ଷକ ଭବନଠାରେ ପ୍ରାଥମିକ ଶିକ୍ଷକ ସଂଘ, ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ, ୟୁଟିଆ ଶିକ୍ଷକ ସଂଘ କଳାହାଣ୍ଡିଙ୍କ ମିଳିତ ଆହ୍ଵାନ କ୍ରମେ ଜିଲ୍ଲାର ୧୮ ଗୋଟି ସରକାରୀ ବିଭାଗର ସଂଘୀୟ କର୍ମକର୍ତ୍ତାମାନେ ନୂତନ ପେନସନ ଯୋଜନାକୁ ଉଚ୍ଛେଦ ସମ୍ପର୍କିତ ଦାବି ନେଇ ଏକ ନୂତନ ସଂଘ ଗଠନ ହୋଇଯାଇଛି। ୟୁଟିଆ ଶିକ୍ଷକ ସଂଘ କଳାହାଣ୍ଡି ସଭାପତି ପ୍ରଦୀପ ପଣ୍ଡା ଏଥିରେ ସଭାପତିତ୍ୱ କରିଥିଲେ।ସମ୍ମାନିତ ଅତିଥି ଭାବରେ ଏନଜିଓସିସିର ସଭାପତି ରୂପଧର ଦଳେଇ, ଅମଲା ସଂଘର ସାଧାରଣ ସମ୍ପାଦକ ସୁକାନ୍ତ ମହାପାତ୍ର, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଯୋଶୀ ଓ ସାଧାରଣ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ ଯୋଗଦାନ କରିଥିଲେ। ଧୀରେନ୍ଦ୍ର ପଟ୍ଟନାୟକ ଅତିଥି ମାନଙ୍କର ପରିଚୟ ତଥା ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ୟୁଟିଆ କଳାହାଣ୍ଡି ସମ୍ପାଦକ ଅମରେଶ ନେଗୀ ନୂତନ ସଂଘର ଆବଶ୍ୟକତା ଓ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସରକାରଙ୍କ ନୂତନ ପେନସନ ଯୋଜନା ଭଳି କୁଶ୍ଚିତ ବ୍ୟବସ୍ଥାକୁ ତୀବ୍ର ନିନ୍ଦା ଏବଂ ସମାଲୋଚନା କରିବା ସହ ପୁରୁଣା ପେନସନ ଯୋଜନାକୁ ପୁନଃ ପ୍ରଚଳିତ କରାଯାଉ ବୋଲି ଅତିଥି ତଥା ଉପସ୍ଥିତ କର୍ମକର୍ତ୍ତାମାନେ ମତପୋଷଣ କରିଥିଲେ। କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘର ସଂଯୋଜକ ସରୋଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଭିନ୍ନ ବିଭାଗର କର୍ମକର୍ତ୍ତା ମାନଙ୍କୁ ନେଇ ଜିଲ୍ଲା ଏନଏମଓପିଏସ କଳାହାଣ୍ଡି ଶାଖା ଗଠନ ପ୍ରକ୍ରିୟା ସମ୍ପାଦନ ହୋଇଥିଲା। ଜିଲ୍ଲା ସଭାପତି ଭାବରେ ସାମନ୍ତ ପଟ୍ଟଯୋଶୀ, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର, ଉପସଭାପତି ଭାବେ ବିଜଲି ଏକ୍କା, ନିଲାଞ୍ଚଳ ରଥ ଓ ଆଶୁତୋଷ ମିଶ୍ର, ସମ୍ପାଦକ ରାଜକୁମାରୀ ନାଏକ, ସହ ସମ୍ପାଦକ ନମିତା ସାହୁ, ଅଭିଜିତ ଦାଶ ଓ ବିଜଯ କୁମାର ପାଲ, କୋଷାଧ୍ୟକ୍ଷ ରାମାକାନ୍ତ ନାଏକ, ମିଡିଆ ପ୍ରଭାରୀ ନିଲାଞ୍ଚଳ ପାନ, ବିକ୍ରମ ପ୍ରଧାନ ଓ ପଟ୍ଟନାୟକ ମନୋନିତ ହୋଇଥିଲେ। ଉପଦେଷ୍ଟା ଭାବେ ବୁରହାନ ମହମ୍ମଦ, ରୂପଧର ଦଳେଇ, ପ୍ରଦୀପ କୁମାର ପଣ୍ଡା, ସୁରେନ୍ଦ୍ର ଯୋଶୀ, ଧୀରେନ୍ଦ୍ର ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ଚୟନ କରଯାଇଥିଲା । ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଅଜିତ କୁମାର ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ବିରେନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ବିଭାଗ ସଭାପତି ପ୍ଲାବନ ପଟ୍ଟନାୟକ, ଓଷ୍ଟା ସମ୍ପାଦକ ପ୍ରଭାତ ରଥ, ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ ସମ୍ପାଦକ ଗିରିଜା ଶଙ୍କର ସାହୁ, ପ୍ରଣତୀ ମହାପାତ୍ର, ଶକ୍ତି ପ୍ରସାଦ ମେହେର, ସୂର୍ଯ୍ୟ ପ୍ରସାଦ ଠାକୁର, ବିଭୁ ଭୂଷଣ ପଣ୍ଡା , ପ୍ରମୋଦ କୁମାର ସାହୁ , ପ୍ରଦ୍ଯୁମ୍ନ ହୋତା, ଲଲିତ ନାଏକ, ବିଶ୍ଵ ବେହେରା, ମନୋଜ କୁମାର ପଣ୍ଡା, ପ୍ରଫୁଲ୍ଲ ଠାକୁର, ଉପେନ୍ଦ୍ର ପ୍ରଧାନ, ନରୋତ୍ତମ ଭୋଇ ଏବଂ ଅନ୍ୟ ଏନପିଏସ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.