ତେଲ ନଦୀରୁ ଛତିଶଗଡ ବାଲି ଚାଲାଣ ସମୟରେ ଟ୍ରାକ୍ଟର ଜବତ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଛତିଶଗଡ ସୀମାନ୍ତ କୋଇଲିମୁଣ୍ଡା ତେଲ ନଦୀ ପଠାରୁ ବେଆଇନ ଭାବରେ ଛତିଶଗଡକୁ ବାଲି ଚାଳାଣ ହେଉଥିବା ସମୟରେ ରାଜସ୍ୱ ବିଭାଗ ଟ୍ରାକ୍ଟରକୁ ଜବତ କରିଥିବା ନେଇ ଚନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ନୀଲାମ୍ବର ପୂଜାରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ବେଆଇନ ବାଲି ଚାଲାଣ କରୁଥିବା ଗାଡି ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଜୋରିମନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜସ୍ୱ ବିଭାଗଠାରୁ ମିଳିଥିବା ସୂଚନା ଅନୁସାରେ ଛାତିଶଗଡ଼ ସୀମାନ୍ତ ତେଲ ନଦୀ ପଠାରୁ ବେଆଇନ ଭାବରେ ପଡୋଶୀ ଛତିଶଗଡ଼ ରାଜ୍ୟ ମେନପୁର ବ୍ଲକର ବାଲି ମାଫିଆ ମାନେ ବେଧଢକ ଭାବରେ ସ୍ପଷ୍ଟ ଦିବାଲୋକରେ ବାଳି ଚାଲାଣ କରିଥାନ୍ତି। ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରଉଛି ପ୍ରଶାସନ। ସୋମବାର ଦିନ ଅନକାବେଡା ରାଜସ୍ୱ ନିରୀକ୍ଷକ ବୁଲୁ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଛତିଶଗଡ଼ ବିରିଘାଟକୁ ବେଆଇନ ଭାବରେ ବାଳି ଚାଲାଣ କରୁଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଥିଲେ। ଜବତ ଟ୍ରାକ୍ଟର ବିରିଘାଟ ଗ୍ରାମର ଆଲରାମ ନାଗଙ୍କ ବୋଲି ଗାଡିରେ ଥିବା ଶ୍ରମିକ ମାନେ ପ୍ରକାଶ କରିଥିଲେ। ଜବତ ଗାଡିକୁ ଜରିମନା କରାଯିବ ବୋଲି ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ ପ୍ରକାଶ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଗାଡ଼ି ମାଲିକ ଆସିନଥିବା ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.