ଦିନେସ ମେମୋରିଆଲ କବାଡି ଟୁର୍ଣାମେଣ୍ଟ

 

କଳାହାଣ୍ଡି, ୧୮/୧୧:
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଠାରେ ଏକ ଦିବସୀୟ ଦିନେସ ମେମୋରିଆଲ କବାଡି ଟୁର୍ଣାମେଣ୍ଟ ଅନୁଷ୍ଟିତ ହେଉଛି । ମାଣ୍ଡେଲ ଏକତା ଅର୍ଗାନାଇଜେସନ୍ ଆନୁକୂଲ୍ୟରେ ଆୟୋଜିତ ହୋଉଥିବା ଏହି ଟୁର୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି ( ମୁନା ) ଓ ସମ୍ମାନୀତ ଅତିଥି ଭାବେ ମନୋରମା ବାରିକ ଯୋଗଦେଇଥିଲେ ।

ସଂଦ୍ଧ୍ୟା ୫ଟାରେ ଅତିଥି ଭାବେ ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ କିରଣ ଚନ୍ଦ୍ର ସିଂଦେଓଙ୍କ ସୁପୁତ୍ର ପୁଷ୍ପେନ୍ଦୁ ସିଂଦେଓ , ନର୍ଲା ବିଜେଡି ସଭାପତି ମନୋହର ନାଏକ , ରାକ୍ସିର ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ , ମାଣ୍ଡେଲର ବରିଷ୍ଠ ବିଜେଡି ନେତା ତଥା ଆୟୋଜକ ମାର୍କଣ୍ଡ ଜାଲ ପ୍ରମୂଖ । ଗ୍ରାମାଞ୍ଚଳ କ୍ରିଡାର ପ୍ରଚାର ପ୍ରସାର ଦିଗରେ ଏହି ନେତୃବର୍ଗ ଉତ୍ସାହ ପ୍ରଦାନ କରୁଥିବାରୁ ଅଞ୍ଚଳବାସୀ ଏମାନଙ୍କୁ ଉତ୍ସସିତ ସମ୍ରଦ୍ଧନା ଜ୍ଞାପନ କରିଥିଲେ । ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ ରାତି ୧୦ଟା ଯାଏଁ ଚାଲିବ । ଉଦ୍ଜୀପନୀ ଉତ୍ସବରେ ଅତିଥି ଭାବେ ଥାନାଧିକାରୀ ରମଣୀ ରଂଜନ ଦଲେଇ  , ସମାଜସେବୀ ବିମଲୁ କେଡିଆ ପ୍ରମୂଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ଟୁର୍ଣାମେଣ୍ଟକୁ ଏକତା ଅର୍ଗାନାଇଜେସନ୍ ର ପ୍ରସୂନ କୁମାର ଜାଲ (ରଂଜନ) , ରାହାସ ବାରିକ , ରୁନୁ ଜାଲ , ବିନାୟକ ବାରିକ , ପ୍ରେମ ମାଝୀ ପ୍ରମୂଖ ସହଯୋଗ କରୁଛନ୍ତି ।

ଏହି କବାଡି ଟୁର୍ଣାମେଣ୍ଟରେ କ୍ରିଡା ପରିଚାଳନା କରୁଛନ୍ତି ନାରାୟଣ ପଧାନ , କ୍ଷୀତିସ ବଗର୍ତୀ , ବିଭୂତୀ ପଧାନ , ନାରାୟଣ ପଧାନ (ବି) , ବୃଷଭ ବୁଦ୍ଧିଆ , ମାଧବାନନ୍ଦ ପଧାନ ପ୍ରମୂଖ ରାଜ୍ୟ ସ୍ଥରୀୟ ରେଫରୀ ମାନେ ଯୋଗଦେଇଛନ୍ତି । ବର୍ତମାନ ସଂଦ୍ଧ୍ୟା ୫ .୪୦ରେ ପ୍ରଥମ ସେମି ଫାଇନାଲ ମ୍ୟାଚ ରାତୁଲ ଓ ବୋରିଆ ମଧ୍ୟରେ ଆରମ୍ଭ ହୋଇଛି । ସଂଦ୍ଧା ୫ . ୫୧ରେ ଅତିଥି ଭାବେ ଯୁବ ନେତା ସମୀର ଚାନ୍ଦ (ବିଟୁ) ଯୋଗ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.