ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଚ୍ଛାଡେଙ୍ଗେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମ.ରାମପୁର ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ ମୁଖ୍ୟ ଅତିଥି, ଏସଏମସି ସଭାପତି ବାଲକୃଷ୍ଣ ବିଶ୍ୱାଳ, ୱାର୍ଡ ସଭ୍ୟ ସୀମାଂଚଳ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ବଣ୍ଟନ କରିବା ସହ ବିଦ୍ୟାଳୟରେ ନିୟମିତ ଉପସ୍ଥାନ, ସ୍ୱ-ଶିକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଉତ୍ସାହିତ କରିଥିଲେ। ଶିକ୍ଷକ କେଦାରନାଥ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ କ୍ଷେତ୍ରବାସୀ ମହାପାତ୍ର, ଶିକ୍ଷୟତ୍ରୀ ରେଣୁକା ନନ୍ଦ ସହଯୋଗ କରିଥିଲେ। ଉତ୍ସବରେ ଏସଏମସିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ସେହିପରି ତାଲକୁନା ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ସାହୁଙ୍କ ସଭାପତିତ୍ୱ ପୋଷାକ ବଣ୍ଟନ ହୋଇଯାଇଛି। ଏଥିରେ ସିଆରସିସି ହେମାଦ୍ରୀ ଭୋଇ ମୁଖ୍ୟ ଅତିଥି, ଏସଏମସି ସଭାପତି ବାଳକୃଷ୍ଣ ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଭାଜରାଜ ପାତ୍ର, ସୀମା ମହାନନ୍ଦ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.